ଭିଜିଲାନ୍ସ ଜାଲରେ ଓଡବ୍ଲ୍ୟୁଏସଏସବିର ସହକାରୀ ପ୍ରକଳ୍ପ ପରିଚାଳକ: ଭୁବନେଶ୍ୱର, ଜଟଣୀ ଓ କଟକରେ ଏକକାଳୀନ ଚଢ଼ଉ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଆଜି ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଉଛି।

zx

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଆଜି ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଉଛି।

ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଜଟଣୀ ଓ କଟକରେ ଏକକାଳୀନ ଚଢ଼ଉ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀର ମେନ୍ ରୋଡ୍ ସ୍ଥିତ ଦେବାଶିଷ ସାହୁଙ୍କ ବାସଗୃହ, ଭୁବନେଶ୍ୱରର ଆଇଗିଣିଆର ସୁକାନ୍ତି ଦେବୀ ଏନକ୍ଲେଭରେ ତାଙ୍କର ଭଡ଼ା ଘର,ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ଶ୍ରୀ ସାହୁଙ୍କ ଦୁଇ ମହଲା କୋଠା, ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ତାଙ୍କର ତିନି ମହଲା ବିଶିଷ୍ଟ (ନିର୍ମାଣାଧୀନ) କୋଠା, ଜଟଣୀର ବନଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସରେ ଦୁଇଟି ଦୋକାନ, କଟକର ଚୌଦ୍ୱାରରେ ତାଙ୍କ ସମ୍ପର୍କୀୟଙ୍କ ଘର ଓ  ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଚାଲିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଜଟଣୀ ଓ କଟକରେ ଏକକାଳୀନ ଚଢ଼ଉ କରାଯାଉଛି।

 ଖୋର୍ଦ୍ଧା ଜିଲ୍ଲା ଜଟଣୀର ମେନ୍ ରୋଡ୍ ସ୍ଥିତ ତାଙ୍କ ବାସଗୃହ, ଭୁବନେଶ୍ୱରର ଆଇଗିଣିଆର ସୁକାନ୍ତି ଦେବୀ ଏନକ୍ଲେଭରେ ତାଙ୍କର ଭଡ଼ା ଘର,ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ଶ୍ରୀ ସାହୁଙ୍କ ଦୁଇ ମହଲା କୋଠା, ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ତାଙ୍କର ତିନି ମହଲା ବିଶିଷ୍ଟ (ନିର୍ମାଣାଧୀନ) କୋଠା, ଜଟଣୀର ବନଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସରେ ଦୁଇଟି ଦୋକାନ, କଟକର ଚୌଦ୍ୱାରରେ ତାଙ୍କ ସମ୍ପର୍କୀୟଙ୍କ ଘର ଓ  ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଚାଲିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

odisha vigilance

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe