ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ, ଏକକାଳୀନ ୭ଟି ଜାଗାରେ ଚଢ଼ଉ

ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ, ଭୁବନେଶ୍ବର, ଯାଜପୁର ଏବଂ କେନ୍ଦୁଝର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ଉ କରୁଛି ଓଡ଼ିଶା ଭିଜିଲାନ୍ସ ଟିମ୍।

fgh

କେନ୍ଦୁଝର: ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ, ଭୁବନେଶ୍ବର, ଯାଜପୁର ଏବଂ କେନ୍ଦୁଝର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ଉ କରୁଛି ଓଡ଼ିଶା ଭିଜିଲାନ୍ସ ଟିମ୍। ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ଉରେ ୭ ଜଣ ଡିଏସପି,୫ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି | ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଏବଂ ଯାଜପୁରର ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ଚଢ଼ଉ ଜାରି ରହିଛି।

ସରକାରୀ ଟଙ୍କା ହଡ଼ପ ଅଭିଯୋଗ: ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ

ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ଉରେ ୫ ଜଣ ଡିଏସପି,୫ ଇନ୍ସପେକ୍ଟର, ୮ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି | ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଏବଂ ଯାଜପୁରର ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ଚଢ଼ଉ ଜାରି ରହିଛି।

ାହର


କେନ୍ଦୁଝରରେ ଥିବା ଅଫିସ୍ ଓ ଭବାନୀପାଟଣା ହିଲ୍ ଟାଉନ୍ ରେ ଭଡ଼ାଘର, କେନ୍ଦୁଝର  ଜିଲ୍ଲା ଜଗନ୍ନାଥପୁରରେ ଅବସ୍ଥିତ ଦୁଇ ମହଲା କୋଠା,ଭୁବନେଶ୍ୱରର କରୋଡକଣ୍ଟାରେ ଅବସ୍ଥିତ ପ୍ଲଟ୍ ନମ୍ବର ୨୨୨/୧୨୦୯ ଉପରେ ଥିବା ଚାରି ମହଲା କୋଠା, କେନ୍ଦୁଝର ଘସିପୁରା ତହସିଲର ମଦନପୁରରେ ଅବସ୍ଥିତ ପ୍ଲଟ୍ ନମ୍ବର ୨୮୨୭/୪୨୩୦ ଉପରେ ଫାର୍ମ ହାଉସ୍, ଯାଜପୁରର ଜମାଦେଇପୁର ଶାସନରେ ଥିବା ପୈତୃକ ଘରେ ଏକକ ମହଲା କୋଠା  ଓ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବଳରାମପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe