ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବାର ଲକ୍ଷ୍ୟ ରହିଛି: ମନ୍ତ୍ରୀ

Advertisment

କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଳିଛି। ଏହାକୁ ସୁଯୋଗରେ ନେଇ ସମଗ୍ର ଓଡିଶାର ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟତା ଦିଆଯାଉଛି। ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି।

କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଳିଛି। ଏହାକୁ ସୁଯୋଗରେ ନେଇ ସମଗ୍ର ଓଡିଶାର ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟତା ଦିଆଯାଉଛି। ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି।

vikshit bharat

vikshit bharat

କୋରାପୁଟ: କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଳିଛି। ଏହାକୁ ସୁଯୋଗରେ ନେଇ ସମଗ୍ର ଓଡିଶାର ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟତା ଦିଆଯାଉଛି। ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି। ଏହାକୁ ନେଇ  ବଜେଟ କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲାର ପର୍ଯ୍ୟଟନଶିଳ୍ପ, କୃଷି ଉଦ୍ୟୋଗ ସହ ସବୁ କ୍ଷେତ୍ରରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଓ ଏହି ସରକାର ସଂକଳ୍ପ ବଦ୍ଧ ବୋଲି କୋରାପୁଟଗସ୍ତରେ ଆସିଥିବା ଜିଲ୍ଲା ପ୍ରଭାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲୀକ ସାମ୍ବାଦିକ ସମ୍ମିଳନୀ ଓ ବୁଦ୍ଧିଜୀବୀ ସମ୍ମିଳନୀରେ କହିଛନ୍ତି।

କୋରାପୁଟ ଜିଲ୍ଲା ପ୍ରାଚୁର୍ଯ୍ୟଭରା। ଦେଓମାଳୀ ଗିରିଶୃଙ୍ଗ ଠାରୁ ଆରମ୍ଭ କରି କଳାଜୀରା ଧାନ, କଫି, ହଳଦୀ ଆଦି ସବୁ କ୍ଷେତ୍ରରେ କୋରାପୁଟ ବିଶ୍ବବିଦିତ। ତେଣୁ କୋରାପୁଟର ବିକାଶକୁ ପ୍ରାଥମିକତା ଦିଆଯିବ। ରାଜ୍ୟ ସରକାର ବି ବଜେଟରେ କୋରାପୁଟକୁ ଅଗ୍ରାଧିକାର ଦେଇ ସବୁ ଯୋଜନାରେ ସାମିଲ କରି ସ୍ବତନ୍ତ୍ର ଅନୁଧାନ ଦେବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

କୋରାପୁଟ ଜିଲ୍ଲାର ପର୍ଯ୍ୟଟନଶିଳ୍ପ, କୃଷି ଉଦ୍ୟୋଗ ସହ ସବୁ କ୍ଷେତ୍ରରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଓ ଏହି ସରକାର ସଂକଳ୍ପବଦ୍ଧ। କୋରାପୁଟକୁ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁ କ୍ଷେତ୍ରରେ ନମ୍ବର ୧ କରାଯିବ। କୋରାପୁଟଗସ୍ତରେ ଆସିଥିବା ଜିଲ୍ଲା ପ୍ରଭାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲୀକ ସାମ୍ବାଦିକ ସମ୍ମିଳନୀ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଏହା କହିଛନ୍ତି।

ଗତ ସରକାର ଅବହେଳା ପ୍ରଦର୍ଶନ କରି ଆସୁଥିବା କୋରାପୁଟକୁ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁ କ୍ଷେତ୍ରରେ ନମ୍ବର ୧ କରାଯିବ ବୋଲି କହିଥିଲେ ମନ୍ତ୍ରୀ। ତାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ନେତା ତେଜେଶ୍ବର ପରିଡ଼ା, ଜିଲ୍ଲାସଭାପତି ଶିବ ମୁଦୁଲି, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତରା, ପୂର୍ବତନ ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe