ବୟସ ୬୪: ଭତ୍ତା ପାଇବାକୁ ବାରଦୁଆର ବୁଲୁଛନ୍ତି ବିଦୁର, ଶୁଣୁ ନାହାନ୍ତି ଅଧିକାରୀ

Advertisment

ବୟସର ସାୟାହ୍ଣରେ ପହଞ୍ଚିଥିଲେ ମଧ୍ୟ ବୃଦ୍ଧଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତାI ସେପଟେ ଭତ୍ତା ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏ ଦୌଡି ଦୌଡି ନୟାନ୍ତ ହେଲେଣି ସିନା ହେଲେ କୌଣସି ଫଳ ମିଳିପାରୁନାହିଁI

ବୟସର ସାୟାହ୍ଣରେ ପହଞ୍ଚିଥିଲେ ମଧ୍ୟ ବୃଦ୍ଧଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତାI ସେପଟେ ଭତ୍ତା ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏ ଦୌଡି ଦୌଡି ନୟାନ୍ତ ହେଲେଣି ସିନା ହେଲେ କୌଣସି ଫଳ ମିଳିପାରୁନାହିଁI

Bidura Pradhan

Bidura Pradhan Photograph: (sambad.in)

ଘୁ. ଉଦୟଗିରି: ବୟସର ସାୟାହ୍ଣରେ ପହଞ୍ଚିଥିଲେ ମଧ୍ୟ ବୃଦ୍ଧଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତାI ସେପଟେ ଭତ୍ତା ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏ ଦୌଡି ଦୌଡି ନୟାନ୍ତ ହେଲେଣି ସିନା ହେଲେ କୌଣସି ଫଳ ମିଳିପାରୁନାହିଁI ବାରମ୍ବର ଆବେଦନ ପରେ ମଧ୍ୟ୍ୟ ପ୍ରଶାସନିକ ଅବହେଳା ପାଇଁ ବୃଦ୍ଧଙ୍କୁ ଭତ୍ତା ମିକିପାରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀI କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ କପୁଗୁଡ଼ାସାହିରେI

କପୁଗୁଡ଼ାସାହିର ବିଦୁର ପ୍ରଧାନ (୬୪) ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବ୍ଲକ କାର୍ଯ୍ଯାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାର ଭତ୍ତା ପାଇଁ ଧାର୍ଯ୍ୟ ବୟସ ସୀମା ଷାଠିଏ କରିଥିବା ବେଳେ କ ନୂଆଗାଁ ବ୍ଲକର ବହୁ ହିତାଧିକାରୀ ଏହି ବୟସ ସୀମା ଟପି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଭତ୍ତା ମିଳିପାରି ନାହିଁ କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମ କପୁଗୁଡ଼ାସାହିର ବିଦୁର ପ୍ରଧାନ ଦୀର୍ଘ ଚାରି ବର୍ଷ ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି। ଭତ୍ତା ଟଙ୍କା ପାଇବା ସକାଶେ ସେ ବାରମ୍ବାର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଏଥିରେ ତାଙ୍କୁ ଅଦ୍ୟାବଧି ସଫଳତା ମିଳିପାରି ନାହିଁ। 

ବିଦୁର ପ୍ରଧାନ ଦୀର୍ଘ ଚାରି ବର୍ଷ ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି। ଭତ୍ତା ଟଙ୍କା ପାଇବା ସକାଶେ ସେ ବାରମ୍ବାର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଏଥିରେ ତାଙ୍କୁ ଅଦ୍ୟାବଧି ସଫଳତା ମିଳିପାରି ନାହିଁ। 

ଚାରି ବର୍ଷ ତଳୁ ହିତାଧିକାରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ବିଦୂର ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତାରୁ ବ୍ଲକ ପ୍ରଶାସନ ବଞ୍ଚିତ ରଖିଛନ୍ତି ତାହା ବୁଝା ପଡ଼ୁନାହିଁI ପଞ୍ଚାୟତ ତଥା ପଞ୍ଚାୟତ ସମିତିରେ ବହୁ ବାର ଦରଖାସ୍ତ କରିଥିଲେ ମଧ୍ୟ ସେ ନିରାଶ ହୋଇ ପଡ଼ିଛନ୍ତି। ଗତ ସରକାର ଅମଳରେ ସେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସ୍ତରରେ ଦରଖାସ୍ତ କରିଥିଲେ ତାଙ୍କୁ କେଉଁ କାରଣରୁ ଭତ୍ତା ଦିଆଯାଉ ନଥିବା ନିଜେ ବିଦୁର ପ୍ରଧାନ ପ୍ରଶ୍ନ କରିଛନ୍ତିI ତୁରନ୍ତ ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ  ଦୃଷ୍ଟି ଦେଇ ବିଜୟ ପ୍ରଧାନଙ୍କୁ ଭତ୍ତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ସକାଶେ ସ୍ତାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତିI 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe