ଜଳିଗଲା ଓଲା ବ୍ୟାଟେରୀ ସ୍କୁଟି, ବର୍ତ୍ତିଗଲେ ଚାଳକ

ଜଳିଗଲା ଓଲା ବ୍ୟାଟେରୀ ସ୍କୁଟି। ବର୍ତ୍ତିଗଲେ ଚାଳକ। ପୁରୀ-ସାତପଡ଼ା ଜାତୀୟ ରାଜପଥ ଜଗନ୍ନାଥ ସଡ଼କ ଛକ ନିକଟରେ ଜଣେ ବ୍ୟକ୍ତି ଓଲା ଗାଡ଼ିରେ ପୁରୀ ଅଭିମୁଖେ ଯାଉଥିବାବେଳେ ଗାଡ଼ିରୁ ଧୂଆଁ ବାହାରିବା ଦେଖି ଲୋକମାନେ ଡାକ ପକାଇଥିଲେ। ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।

fire678

ବ୍ରହ୍ମଗିରି: ଜଳିଗଲା ଓଲା ବ୍ୟାଟେରୀ ସ୍କୁଟି। ବର୍ତ୍ତିଗଲେ ଚାଳକ। ପୁରୀ-ସାତପଡ଼ା ଜାତୀୟ ରାଜପଥ ଜଗନ୍ନାଥ ସଡ଼କ ଛକ ନିକଟରେ ଜଣେ ବ୍ୟକ୍ତି ଓଲା ଗାଡ଼ିରେ ପୁରୀ ଅଭିମୁଖେ ଯାଉଥିବାବେଳେ ଗାଡ଼ିରୁ ଧୂଆଁ ବାହାରିବା ଦେଖି ଲୋକମାନେ ଡାକ ପକାଇଥିଲେ। ଲୋକଙ୍କ ଡାକ ଶୁଣି ଗାଡ଼ି ଚାଳକ ଗାଡ଼ିକୁ ଷ୍ଟାଣ୍ଡ ମାରି ରଖିବା କ୍ଷଣି ହିଁ ଗାଡ଼ିରୁ ନିଆଁ ବାହାରି  ଜଳିବାକୁ ଲାଗିଥିଲା।

ଚାଳକ ଗାଡ଼ି ଛାଡ଼ି ପଳାଇ ଆସିଥିଲେ। ଗାଡ଼ିରେ ଥିବା ବ୍ୟାଟେରୀ ଠୋ ଠା ହୋଇ ଫାଟିବା ସହ ହୁତ ହୁତ ହୋଇ ଜଳିଗଲା। ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।

ଚାଳକ ଗାଡ଼ି ଛାଡ଼ି ପଳାଇ ଆସିଥିଲେ। ଗାଡ଼ିରେ ଥିବା ବ୍ୟାଟେରୀ ଠୋ ଠା ହୋଇ ଫାଟିବା ସହ ହୁତ ହୁତ ହୋଇ ଜଳିଗଲା। ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe