ବାଙ୍କୀ: ବିଷାକ୍ତ ସାପ କାମୁଡ଼ାରେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଅଂଚଳର ସ୍ଵର୍ଣ୍ଣଲତା ଜେନା(୫୭)ଙ୍କ ଘଟିଛି ମୃତ୍ୟୁ ଘଟିଛି। ଶବ ବ୍ୟବଛେଦ ପାଇଁ କଟକ ଏସିବିକୁ ନିଆଯାଇଛି।
ସୂଚନା ଅନୁଯାଇ ଗାଈଙ୍କ ଖାଦ୍ୟ ଯୋଗାଡ଼ ପାଇଁ ବାଡ଼ି ପଛ ପଟେ ଗଦା ହୋଇଥିବା ପାଳ ଗଦାରୁ ସ୍ବର୍ଣ୍ଣଲତା ପାଳ ଆଣୁଥିବା ଅବସ୍ଥାରେ ତାଙ୍କୁ କାମୁଡ଼ିଥିଲା ବିଷାକ୍ତ ସାପ। ପ୍ରାଥମିକ ଚିକିତ୍ସା ପାଇଁ କଟକ ଏସିବିରେ କରାଯାଇଥିଲା ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ୨ ଘଣ୍ଟାର ଅକ୍ଲାନ୍ତ ଚେଷ୍ଟା ପରେ ସ୍ବର୍ଣ୍ଣଲତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।
Cuttack | Snake
Follow Us