ଗୁଣିଗାରେଡ଼ି ସନ୍ଦେହ: ବୃଦ୍ଧଙ୍କୁ ପ୍ରଜାକୋର୍ଟରେ ଦଣ୍ଡ

Advertisment

ଅନ୍ଧବିଶ୍ବାସର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୋଡ଼ାଇ ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ ହୋଇଛି। 

ଅନ୍ଧବିଶ୍ବାସର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୋଡ଼ାଇ ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ ହୋଇଛି। 

sinapali

ନୂଆପଡ଼ା/ସିନାପାଲି: ଅନ୍ଧବିଶ୍ବାସର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୋଡ଼ାଇ ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ ହୋଇଛି। 

ସୂଚନା ଅନୁସାରେ, ସିନାପାଲି ଥାନା ନୂଆମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ କୁଆଡ଼େ କମ୍‌ ଦିନ ବ୍ୟବଧାନରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଗୁଣି ଗାରେଡ଼ି ଯୋଗୁଁ ମୃତ୍ୟୁ ଘଟିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏହାକୁ ନେଇ ଗୁରୁବାର ରାତିରେ ଗାଁରେ ଏକ ପ୍ରଜାକୋର୍ଟ ହୋଇଥିଲା। ସେଥିରେ ଗାଁ ଖାମସିଂ ମାଝୀ (୬୪)ଙ୍କୁ ହାଜର କରାଯାଇଥିଲା। ସେ ଗୁଣି ଗାରେଡ଼ି ତନ୍ତ୍ରମନ୍ତ୍ର କରିବାରୁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଥିଲା। ଏଥିରୁ ନିବୃତ ନ ରହିଲେ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ଚେତାବନୀ ଦିଆଗଲା।

ଖାମସିଂ ମାଝୀଙ୍କୁ ଜୋରଜବରଦସ୍ତି ତାଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ନିଆଁ ଲଗାଇ ଦିଆଯାଇଥିଲା। ଛଟପଟ ହୋଇ ଖାମସିଂ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ଘରକୁ ଯାଇ ସବୁକଥା କହିଥିଲେ।

ତେବେ ଖାମସିଂ କୌଣସି ମନ୍ତ୍ରତନ୍ତ୍ର କରିନଥିବା କହିଥିଲେ। ଫଳରେ ଜୋରଜବରଦସ୍ତି ତାଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ନିଆଁ ଲଗାଇ ଦିଆଯାଇଥିଲା। ଛଟପଟ ହୋଇ ଖାମସିଂ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ଘରକୁ ଯାଇ ସବୁକଥା କହିଥିଲେ। ପରିବାର ଲୋକ ପୁଲିସକୁ ମଧ୍ୟ ଫୋନ୍ କରି ଜଣାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ସିନାପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ, ଏ ନେଇ ଶୁକ୍ରବାର ସଂଧ୍ୟା ସୁଦ୍ଧା ଥାନାରେ କୌଣସି ଏତଲା ଦିଆଯାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe