ବାଙ୍ଗିରିପୋଷି: ବିଳମ୍ବିତ ରାତିରେ ଘର ସହିତ ଜଳିଗଲେ ବୃଦ୍ଧ। ବଡ଼ଗାଁ ପଞ୍ଚାୟତ ଜୁହା ଗ୍ରାମର ଆନ୍ଦ ସିଂ (୬୫) ବୋଲି ଜଣାପଡିଛି। କୌଣସି କାରଣରୁ ଘରେ ମଧ୍ୟ ରାତ୍ରୀରେ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀ ପହଞ୍ଚିବା ବେଳକୁ ଘର ସହିତ ବୃଦ୍ଧ ଜଳି ଯାଇଥିଲେ।
ଅଗ୍ନିକାଣ୍ଡରେ ଦୋକାନୀ ଜୀବନ୍ତଦଗ୍ଧ
ଗତ ନଭେମ୍ବର ମାସରେ ସହିଦନଗର ହାଟ ନିକଟରେ ଥିବା ଏକ ଦୀପ ଦୋକାନରେ ଅଗ୍ନିକାଣ୍ଡ ଘଟି ବାଲିପାଟଣା ଥାନା ବନମାଳିପୁର ଅଞ୍ଚଳର କୁଳମଣି ସାହୁ(୮୦) ଜୀବନ୍ତ ଜଳିଯାଇଥିଲେ। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁ ଆଖପାଖର ୩ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା।
ଆହୁରି ପଢନ୍ତୁ- Corn Farming: ମକା ମଣ୍ଡି ଖୋଲିବାକୁ ଚାଷୀ ଓ ଜନ ପ୍ରତିନିଧିଙ୍କ ଦାବି: ପ୍ରଶାସନ ପ୍ରକୃତ ଚାଷ ଲୁଚାଇବାରୁ ଚାଷୀ ଅଭାବୀ ବିକ୍ରୀର ଶୀକାର
ସହିଦନଗର ହାଟ ପାଖରେ ଥିବା ଦୋକାନଗୁଡ଼ିକୁ ବନ୍ଦକରି କେତେକ ଦୋକାନୀ ତା’ ଭିତରେ ଶୋଇଯାଇଥିଲେ। ରାତି ପ୍ରାୟ ୪ଟା ବେଳେ ଶୀତୁଆ ରାତିରେ ହଠାତ୍ ତାତି ବଢ଼ିଯାଇଥିଲା। ଅସହ୍ୟ ତାତି ସହି ନପାରି ଦୋକାନ ଭିତରେ ଶୋଇଥିବା କିଛି ଦୋକାନୀ ଉଠିପଡ଼ିଥିଲେ। ଉଠିବା ବେଳକୁ ଦୋକାନଗୁଡ଼ିକ ହୁତୁହୁତୁ ହୋଇ ଜଳୁଥାଏ। ଏଭଳି ସ୍ଥିତି ଦେଖି ଜୀବନ ବିକଳରେ ଦୋକାନରୁ ବାହାରି ପାଟିକରିଥିଲେ। ପାଟିଶୁଣି ଆଖପାଖ ଦୋକାନୀ ବି ଉଠିପଡ଼ିଥିଲେ। ଅଣାୟତ୍ତ ନିଆଁ ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ୩ଟି ଦୋକାନର ପାଖାପାଖି ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଅଗ୍ନିଶମ ବାହିନୀ ଘଣ୍ଟାଏ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା।
ଆହୁରି ପଢନ୍ତୁ- Cold Wave: କୁହୁଡ଼ିର ଚାଦର ଘୋଡ଼ି ଶୀତରେ ଥୁରୁଥୁରୁ ନବରଙ୍ଗପୁର... ସଞ୍ଜ ନଇଁଲେ ମାଡ଼ି ଆସୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ
ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଘଟିଥିବା ଆଶଙ୍କା
ହେଲେ ଦୀପ ଦୋକାନ ଭିତରେ ରହିଥିବା କୁଳମଣି ବାହାରି ପାରି ନଥିଲେ। ଦୋକାନ ଭିତରେ କୁଳମଣି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ଟିମ୍ କୁଳମଣିଙ୍କ ଅର୍ଦ୍ଧଦଗ୍ଧ ମୃତହେଦ ଉଦ୍ଧାର କରିଥିଲା। ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ଅଗ୍ନିକାଣ୍ଡ କିଭଳି ଘଟିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଘଟିଥିବା ଆଶଙ୍କା କରାଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/21/untitled-2025-12-21-09-16-20.png)