ସାଇକେଲରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ; ଅଂଶୁଘାତ ସନ୍ଦେହ

Advertisment

ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ହୋତାପୁର ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମଙ୍ଗଳବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛିl

ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ହୋତାପୁର ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମଙ୍ଗଳବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛିl

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ହୋତାପୁର ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମଙ୍ଗଳବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛିl ମୃତ ବ୍ୟକ୍ତି ହେଲେ ହୋତାପୁର ଗ୍ରାମର ତ୍ରିଲୋଚନ ମହାପାତ୍ର(୬୧)l

ତ୍ରିଲୋଚନଙ୍କ ଘର ହୋତାପୁର ଗ୍ରାମରେ ହୋଇଥିବାବେଳେ ସେ କିଛି ଦିନ ପୂର୍ବରୁ ବୈଶିଙ୍ଗା-ରୁପ୍ସା ପାର୍ଶ୍ୱରେ ଘର କରି ପରିବାର ସହିତ ରହୁଥିଲେl ମଙ୍ଗଳବାର ମଧ୍ୟାହ୍ନରେ ସେ କିଛି କାମ ପାଇଁ ସାଇକେଲ ଯୋଗେ ବୈଶିଙ୍ଗା ବଜାରକୁ ଆସିଥିଲେ ଓ କାମ ସାରି ଘରକୁ ଫେରିବା ବାଟରେ ୟୁକୋ ବ୍ୟାଙ୍କ ନିକଟରେ ହଠାତ୍‌ ସାଇକେଲରୁ ତଳେ ପଡ଼ିଯାଇଥିଲେl 

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେl ହେଲେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ସେ ସୂଚନା ଦେଇଛନ୍ତିl ଖବର ପାଇ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତିl

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe