Old Man Death Wall ବ୍ରହ୍ମଗିରିରେ ଅଭାବନୀୟ, କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

Advertisment

ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରର wallକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ିଟି କାନ୍ଥରୁ ଖସିପଡ଼ିଥିଲା। ସାଗର କାନ୍ଥ ତଳେ ଚାପି ହୋଇଯାଇଥିଲେ।

ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରର wallକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ିଟି କାନ୍ଥରୁ ଖସିପଡ଼ିଥିଲା। ସାଗର କାନ୍ଥ ତଳେ ଚାପି ହୋଇଯାଇଥିଲେ।

death

old man dies at brahmagiri Photograph: (sambad.in)

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଗର କାଣ୍ଡୀ ନାମକ ଜଣେ ବୃଦ୍ଧ ନିଜର ଏକ ପୁରୁଣା ଘରର କାନ୍ଥକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ିଟି କାନ୍ଥରୁ ଖସିପଡ଼ିଥିଲା। ଫଳରେ ସାଗର ତଳେ ପଡ଼ିଯାଇଥିଲେ। ସେଥି ସମୟରେ ସେହି ଭଙ୍ଗା କାନ୍ଥଟି ସାଗରଙ୍କ ଉପରେ ପଡ଼ିଯାଇଥିଲା।

ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷଣା କଲେ ଡାକ୍ତର

ସାଗର କାନ୍ଥ ତଳେ ଚାପି ହୋଇଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ କାନ୍ଥକୁ ଭାଙ୍ଗି ସାଗରଙ୍କୁ ଉଦ୍ଧାର କରି ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସେତେବେଳକୁ ସାଗରଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: Producer Rabindra Mohan Sahoo No More ପରଲୋକରେ ଓଲିଉଡର ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe