ପିକଅପ୍ ଧକ୍କାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଦନ୍ତାପାଲି ନିକଟ ପେଟ୍ରୋଲ ପମ୍ପ ସାମ୍ନାରେ ସୋମବାର ସକାଳେ ଏକ ପିକଅପ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଛାପଡ଼ା ଗ୍ରାମର ମଛିନ୍ଦ୍ର ମେହେର।

ୂର

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଦନ୍ତାପାଲି ନିକଟ ପେଟ୍ରୋଲ ପମ୍ପ ସାମ୍ନାରେ ସୋମବାର ସକାଳେ ଏକ ପିକଅପ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗୋଛାପଡ଼ା ଗ୍ରାମର ଦର୍ଶନ ମେହେର ଓ ତାଙ୍କ ବାପା ମଛିନ୍ଦ୍ର ମେହେର ଏକ ବାଇକ ଯୋଗେ ବୌଦ୍ଧ ଯାଉଥିଲେ। ଦର୍ଶନ ବାଇକ ଚଳାଉଥିବା ବେଳେ ମଛିନ୍ଦ୍ର ବାଇକ ପଛରେ ବସିଥିଲେ। ଏତିକିବେଳେ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ପିକଅପ୍ ତାଙ୍କ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପଛରେ ବସିଥିବା ମଛିନ୍ଦ୍ରଙ୍କ ଘଟଣା ସ୍ଥଳରେହିଁ ମୃତ୍ୟୁ ଘଟିଥିଲା।
 

ଗୋଛାପଡ଼ା ଗ୍ରାମର ଦର୍ଶନ ମେହେର ଓ ତାଙ୍କ ବାପା ମଛିନ୍ଦ୍ର ମେହେର ଏକ ବାଇକ ଯୋଗେ ବୌଦ୍ଧ ଯାଉଥିଲେ। ଦର୍ଶନ ବାଇକ ଚଳାଉଥିବା ବେଳେ ମଛିନ୍ଦ୍ର ବାଇକ ପଛରେ ବସିଥିଲେ। ଏତିକିବେଳେ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ପିକଅପ୍ ତାଙ୍କ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପଛରେ ବସିଥିବା ମଛିନ୍ଦ୍ରଙ୍କ ଘଟଣା ସ୍ଥଳରେହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି।

ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି। ରାସ୍ତାରୋକରେ ଯାତ୍ରୀବାହୀ ବସ୍ ମଧ୍ୟ ଅଟକି ରହିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହିତ ପାଦରେ ଚାଲିଚାଲି ଯାଉଥିବା ଦେଖାଯାଇଛି। ଖବର ପାଇ ବାଉଁଶୁଣି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe