ପଥର ବୋଝେଇ ଟ୍ରାକ୍ଟର ଓ ସ୍କୁଟି ମଧ୍ୟରେ ଧକ୍କା, ଚାଲିଗଲା ବୃଦ୍ଧଙ୍କ ଜୀବନ

Advertisment

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଚୁଡାଖିଆ ଛକଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏକ ପଥର ବୋଝେଇ ଟ୍ରାକ୍ଟର ଓ ସ୍କୁଟି ମଧ୍ୟରେ  ଧକ୍କା ହୋଇଥିଲା। ଏଥିରେ ଗୁରୁତର ହୋଇଥିବା ବାଲିଯୋରନ୍ଦା ଗ୍ରାମର ଦୈତାରି ବରାଳ(୭୦)ଙ୍କର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଚୁଡାଖିଆ ଛକଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏକ ପଥର ବୋଝେଇ ଟ୍ରାକ୍ଟର ଓ ସ୍କୁଟି ମଧ୍ୟରେ  ଧକ୍କା ହୋଇଥିଲା। ଏଥିରେ ଗୁରୁତର ହୋଇଥିବା ବାଲିଯୋରନ୍ଦା ଗ୍ରାମର ଦୈତାରି ବରାଳ(୭୦)ଙ୍କର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।

dhenkanal-dhh

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଚୁଡାଖିଆ ଛକଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏକ ପଥର ବୋଝେଇ ଟ୍ରାକ୍ଟର ଓ ସ୍କୁଟି ମଧ୍ୟରେ  ଧକ୍କା ହୋଇଥିଲା। ଏଥିରେ ଗୁରୁତର ହୋଇଥିବା ବାଲିଯୋରନ୍ଦା ଗ୍ରାମର ଦୈତାରି ବରାଳ(୭୦)ଙ୍କର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।

ବାଲିଯୋରନ୍ଦା ଗ୍ରାମର ଅବସରପ୍ରାପ୍ତ ଗଁଦିଆ ଦମକଳ କେନ୍ଦ୍ର ଅଧିକାରୀ ଦୁଷ୍ମନ୍ତ ସ୍ୱାଇଁ ଓ ଦୈତାରି ବରାଳ ଏକ ସ୍କୁଟିରେ ଯୋରନ୍ଦା ହାଟରୁ ହାଟ ସାରି ଫେରୁଥିବାବେଳେ ଚୁଡାଖିଆ ଛକ ଠାରେ ଏକ ପଥର ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରୁ ଫୋପାଡି ହୋଇ ପଡିଥିଲେ । ଦୁଷ୍ମନ୍ତଙ୍କ ଗୋଡହାତ ଖଣ୍ଡିଆଖାବରା ହୋଇଥିବା ବେଳେ ଦୈତାରି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଏକ ଅଟୋରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ବାଲିଯୋରନ୍ଦା ଗ୍ରାମର ଅବସରପ୍ରାପ୍ତ ଗଁଦିଆ ଦମକଳ କେନ୍ଦ୍ର ଅଧିକାରୀ ଦୁଷ୍ମନ୍ତ ସ୍ୱାଇଁ ଓ ଦୈତାରି ବରାଳ ଏକ ସ୍କୁଟିରେ ଯୋରନ୍ଦା ହାଟରୁ ହାଟ ସାରି ଫେରୁଥିବାବେଳେ ଚୁଡାଖିଆ ଛକ ଠାରେ ଏକ ପଥର ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରୁ ଫୋପାଡି ହୋଇ ପଡିଥିଲେ । ଦୁଷ୍ମନ୍ତଙ୍କ ଗୋଡହାତ ଖଣ୍ଡିଆଖାବରା ହୋଇଥିବା ବେଳେ ଦୈତାରି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଏକ ଅଟୋରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଗାଁରେ ଖବର ପହଞ୍ଚିବା ପରେ ଗ୍ରାମବାସୀ ଟ୍ରାକ୍ଟରଟିକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe