କାମାକ୍ଷାନଗର: କାମାକ୍ଷାନଗର ଥାନା ବୁଢାପଙ୍କ - ଡ଼ୁବୁରୀ ରେଳପଥର ମଠକରଗୋଳା ଗାଁରେ ଅଘଟଣ l ରେଳଧାରଣା କଡ଼ରେ ଛିଡ଼ା ହୋଇଥିବା ବେଳେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରେନ l ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି l ମୃତକ ମଠକରଗୋଳା ଗାଁ ଶବରସାହିର ଗୁମାନି ବେହେରା ବୋଲି ଜଣା ପଡିଛି l
ଆହୁରି ପଢ଼ନ୍ତୁ:କୃଷି ବିଭାଗର କୌଣସି ଅଧିକାରୀ ଓ କର୍ମଚାରୀ ଉପହାର ଗ୍ରହଣ କରିବେ ନାହିଁ: ଅରବିନ୍ଦ ପାଢ଼ୀ
ଘଟଣା ସ୍ଥଳରେ ମୃତ୍ୟୁ
ସୂଚନା ଅନୁସାରେ ଗୁମାନି ଆଜି ସକାଳୁ ରେଳଧାରଣା ଦେଇ ନିଜ ବିଲକୁ ଯାଉଥିବା ବେଳେ ହଠାତ ଏକ ମାଲବାହୀ ଟ୍ରେନ ଆସିଥିଲା l ଗୁମାନି ଧାରଣା କଡ଼ରେ ଛିଡ଼ା ହୋଇଥିଲେ l କୌଣସି କାରଣ ପାଇଁ ଟ୍ରେନ ତାଙ୍କୁ ଟାଣି ନେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛିl ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
Accident | death
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/19/untitled-t-2025-10-19-10-17-57.jpg)