କେନାଲ ପାଣିରେ ବୁଡ଼ି ବୃଦ୍ଧ ମୃତ

Advertisment

କେନାଲ ପାଣିରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ପଞ୍ଚାୟତ କିଲ୍ଲା ଶେରଗଡ଼ ଗ୍ରାମର ନୀରଞ୍ଜନ ବେହେରା (୭୦) ଶେରଗଡ଼ ଛକ ନିକଟରେ ଥିବା କେନାଲ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି।

drawn

ନୀଳଗିରି: କେନାଲ ପାଣିରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ପଞ୍ଚାୟତ କିଲ୍ଲା ଶେରଗଡ଼ ଗ୍ରାମର ନୀରଞ୍ଜନ ବେହେରା (୭୦) ଶେରଗଡ଼ ଛକ ନିକଟରେ ଥିବା କେନାଲ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି।

ସୂଚନା ମୁତାବକ ଅପରାହ୍ନ ସମୟରେ ନୀରଞ୍ଜନ ଶେରଗଡ ଛକରେ ଥିବା ପୁଅ ରାମଚନ୍ଦ୍ରର ଦୋକାନରେ ଦେଖାକରି ବନ୍ଧୁ ଘରକୁ ଯିବେ ବୋଲି କହି ଆସିଥିଲେ।ହେଲେ କୌଣସି କାରଣ ବସତଃ ସନ୍ଧ୍ୟା ସମୟରେ କିଛି ଯୁବକ ତାଙ୍କୁ କେନାଲ ପାଣିରେ ବୁଡି ରହିଥିବାର ଦେଖିଥିଲେ।ସ୍ଥାନୀୟ ଲୋକମାନେ ନୀଳଗିରି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ ।ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe