PMAY Photograph: (sambad.in )
ରାଇରଙ୍ଗପୁର/ଜାମଦା: ପରିଣତ ବୟସରେ ଆବାସ ପାଇଁ ହନ୍ତସନ୍ତ ଲଦ ସିର୍କା,ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ। ସ୍ତ୍ରୀଙ୍କ ମୃତ୍ୟୁ ପରେ ପାଖାପାଖି ବର୍ଷେ ହେଲାଣି ଲଦଙ୍କ ଚାଲିଛି ବ୍ଲକ ମାରାଥନ। ତଥାପି ମଉସାଙ୍କ ନାମରେ ଟ୍ରାନସଫର ହୋଇ ପାରିଲାନି ଆବାସ ଗୃହ, ଯାହା ଫଳରେ ଭଙ୍ଗା ଖପର ଘରେ ଓ ଚାଳିଆରେ କଟୁଛି ବାସ୍ତରୀ ବର୍ଷ ଲଦ ସୀର୍କାଙ୍କ ଦିନ। ଏଭଳି ଏକ ଅଭନୀୟ ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ତାଳଗାଁ ଗ୍ରାମପଞ୍ଚାୟତର କାଣ୍ଡସର ଗ୍ରାମରେ।
ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଯମୁନା ସିର୍କା ନାମରେ ଏକ ଆବାସ ଯୋଜନାରେ ଏକ ଗୃହ ଆସିଥିଲା ଏହା ପରେ ସେ ଗୃହ କାର୍ଯ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଯମୁନାଙ୍କ ସ୍ୱାମୀ ଲଦ ସିର୍କା (୭୨) ତାଙ୍କ ନାମକୁ ଘରଟିକୁ କରାଯାଉ ବୋଲି ଦୀର୍ଘ ୯ ମାସ ମଧ୍ୟରେ ବ୍ଲକରେ ଯାଇ ଅଭିଯୋଗ କରିଥିବା ବେଳେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି କହିବା ସହିତ ଆବାସ ଗୃହ ବିଭାଗର କର୍ମଚାରୀ ମାନେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି।
ଅପରପକ୍ଷରେ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ୱର୍ଦ୍ଧରେ ଆମ୍ଭେ ପଚାରିଥିବା ବେଳେ ସେମାନେ ଏହାର ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଇଛୁ ଯାହା ପାସ ହୋଇ ନାହିଁ ବୋଲି କହିଥିବା ବେଳେ ଆମ୍ଭେ ଲାଞ୍ଚ ମାଗି ନାହୁଁ ବୋଲି ଆବାସ ବିଭାଗର ଅଧିକାରୀ ବଣ୍ଟି ନନ୍ଦ ପ୍ରତିକ୍ରିୟା ରଖିଛନ୍ତି,ତେବେ ପରିଣତି ବୟସରେ ଜଣେ ବୃଦ୍ଧ ନିଜ ଘର ପାଇଁ ହନ୍ତସନ୍ତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସରକାର କେବେ ଏଥି ପ୍ରତି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Mayurbhanj
Follow Us