ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନ ଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜର ସିଙ୍ଗଡ଼ା ସେକସନ କାଶିଆବେଡ଼ା ଗ୍ରାମର ପରେଶ ଚନ୍ଦ୍ର ଗିରି (୬୦)ଙ୍କ ଗୁରୁବାର ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।

ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନ ଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜର ସିଙ୍ଗଡ଼ା ସେକସନ କାଶିଆବେଡ଼ା ଗ୍ରାମର ପରେଶ ଚନ୍ଦ୍ର ଗିରି (୬୦)ଙ୍କ ଗୁରୁବାର ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।

Elephant

କରଞ୍ଜିଆ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନ ଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜର ସିଙ୍ଗଡ଼ା ସେକସନ କାଶିଆବେଡ଼ା ଗ୍ରାମର ପରେଶ ଚନ୍ଦ୍ର ଗିରି (୬୦)ଙ୍କ ଗୁରୁବାର ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ପରେଶ ଗୁରୁବାର ରାତି ୧ଟା ୩୦ ମିନିଟରେ ନିଜ ଘରେ ଖାଇସାରିଲା ପରେ ଶୋଇଥିଲେ। ଏହି ସମୟରେ ନିକଟ ଇନ୍ଦୁପୁର ଗ୍ରାମରେ ଉକ୍ତ ଦନ୍ତା ହାତୀଟି ଦୁଇଟି ଘର ଭାଙ୍ଗି ଥିବାର ଖବର ବନବିଭାଗ ଠାରେ ପହଞ୍ଚିଥିଲା।

ସିଙ୍ଗଡ଼ା ସେକସନର କର୍ମଚାରୀମାନେ ଇନ୍ଦୁପୁର ଗ୍ରାମକୁ ଯାଇ ହାତୀଟିକୁ ଘଉଡାଇବା ଚେଷ୍ଟା କରିଥିଲେ। ଏହି ସମୟରେ ହାତୀଟି ପରେଶ ଗିରିଙ୍କ ଘରକୁ ଯାଇଥିଲା ଓ ତାଂକ ନିଜ ଘରଭିତରେ ହାତୀ ଦଳି ଦେଇଥିଲା।

ସିଙ୍ଗଡ଼ା ସେକସନର କର୍ମଚାରୀମାନେ ଇନ୍ଦୁପୁର ଗ୍ରାମକୁ ଯାଇ ହାତୀଟିକୁ ଘଉଡାଇବା ଚେଷ୍ଟା କରିଥିଲେ। ଏହି ସମୟରେ ହାତୀଟି ପରେଶ ଗିରିଙ୍କ ଘରକୁ ଯାଇଥିଲା ଓ ତାଂକ ନିଜ ଘରଭିତରେ ହାତୀ ଦଳି ଦେଇଥିଲା। ହାତୀଟି ଆକ୍ରମଣ କରିଥିବାର ବନ ବିଭାଗ ଖବର ପାଇବା ମାତ୍ରେ ଘଟନସ୍ଥଳକୁ ଯାଇ ବୃଦ୍ଧଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ପରେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ପରେଶଙ୍କ ଆଜି ଏଠାରେ ପୋଷ୍ଟମର୍ଟମ କରାଯାଇ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବନ ବିଭାଗ ତରଫରୁ ପାରମ୍ଭିକ କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି।

Elephant | Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe