ବୃଦ୍ଧ ଭିକ୍ଷୁକଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ

ଯାଜପୁର ରୋଡ ଥାନା ମିଲିଟାରୀ ଛକ ନିକଟରେ ଏକ ପରିତ୍ୟକ୍ତ ଘରକୁ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ହତ୍ୟାକାରୀ ସଞ୍ଜୟ ନାଥ(୩୨)କୁ ପୁଲିସ ଅଟକ ରଖିଛି।

nbj


ଯାଜପୁର: ଯାଜପୁର ରୋଡ ଥାନା ମିଲିଟାରୀ ଛକ ନିକଟରେ ଏକ ପରିତ୍ୟକ୍ତ ଘରକୁ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ହତ୍ୟାକାରୀ ସଞ୍ଜୟ ନାଥ(୩୨)କୁ ପୁଲିସ ଅଟକ ରଖିଛି। ତେବେ ମୃତକ ଏବଂ ଅଭିଯୁକ୍ତ ଏହି ଘରେ ରହି ଆସୁଥିବା ବେଳେ ବୃଦ୍ଧଜଣକ ଭିକ୍ଷାବୃତ୍ତି କରି ଚଳୁଥିଲେ। ତେବେ ହତ୍ୟାକାରୀର ଜଣେ ପିଲା ବି ଏହି ଘରେ ରହୁଥିଲେ।

ଏକ ପରିତ୍ୟକ୍ତ ଘରକୁ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ହତ୍ୟାକାରୀ ସଞ୍ଜୟ ନାଥ(୩୨)କୁ ପୁଲିସ ଅଟକ ରଖିଛି। ତେବେ ମୃତକ ଏବଂ ଅଭିଯୁକ୍ତ ଏହି ଘରେ ରହି ଆସୁଥିବା ବେଳେ ବୃଦ୍ଧଜଣକ ଭିକ୍ଷାବୃତ୍ତି କରି ଚଳୁଥିଲେ। ତେବେ ହତ୍ୟାକାରୀର ଜଣେ ପିଲା ବି ଏହି ଘରେ ରହୁଥିଲେ। ଗତକାଲି ରାତିରେ ସେ ତାଙ୍କ ପିଲାକୁ ପଢ଼ାଉଥିବା ବେଳେ କୌଣସି କାରଣରୁ ବଚସା ହେବାରୁ ସଞ୍ଜୟ ବୃଦ୍ଧଙ୍କୁ ପଥରରେ ଛେଚି ଦେଇଥିଲା। ପରେ ଗଳା କାଟି ହତ୍ୟା କରିଥିବା ପୁଲିସ ପାଖରେ କହିଛି। ଯାଜପୁର ରୋଡ ପୁଲିସ ଏବଂ ସାଇଣ୍ଟିଫିକ ଟମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ସଂପର୍କରେ ଅଧିକ ତଥ୍ୟ ଜଣାପଡ଼ି ନାହିଁ।

ଗତକାଲି ରାତିରେ ସେ ତାଙ୍କ ପିଲାକୁ ପଢ଼ାଉଥିବା ବେଳେ କୌଣସି କାରଣରୁ ବଚସା ହେବାରୁ ସଞ୍ଜୟ ବୃଦ୍ଧଙ୍କୁ ପଥରରେ ଛେଚି ଦେଇଥିଲା। ପରେ ଗଳା କାଟି ହତ୍ୟା କରିଥିବା ପୁଲିସ ପାଖରେ କହିଛି। ଯାଜପୁର ରୋଡ ପୁଲିସ ଏବଂ ସାଇଣ୍ଟିଫିକ ଟମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ସଂପର୍କରେ ଅଧିକ ତଥ୍ୟ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe