ରାସ୍ତାକଡ଼ରେ ଶୋଇଥିଲା ‌ବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌, ଚାଳକ ଅଟକ

ବେପରୁଆ ଗାଡ଼ିଚାଳନା ଯୋଗୁ ପୁଣି ଜ‌ଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗୋପବନ୍ଧୁପାଲିର ମହେମୁଦ ଶାହ (୭୦)। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଅସନ୍ତୋଷ ଦେଖିବାକୁ ମିଳିଥିଲା।

2c9fe0e6-68c5-43c8-94e4-89b4b7603ee7

ରାଉରକେଲା: ବେପରୁଆ ଗାଡ଼ିଚାଳନା ଯୋଗୁ ପୁଣି ଜ‌ଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗୋପବନ୍ଧୁପାଲିର ମହେମୁଦ ଶାହ (୭୦)। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଅସନ୍ତୋଷ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ମେହମୁଦ ଅବିବାହିତ ଥିବାସହ ଏଣେତେଣେ ବୁଲାବୁଲି କରୁଥିଲେ। ମଙ୍ଗଳବାର ରାତିରେ ସେ ପୁରୁଣା ଷ୍ଟେସନ ରୋଡ୍‌ ଗଣେଶ ଛକ ନିକଟସ୍ଥ ରାସ୍ତା କଡ଼ରେ ଶୋଇଥିଲେ। ରାତି ପ୍ରାୟ ୧୧ଟା। ଝାଡ଼ଖଣ୍ଡରୁ ଆସିଥିବା ଟ୍ରକ୍‌ (ଜେଏଚ୍‌-୦୨-ବିଏନ୍‌ ୯୧୧୮) ବିଭିନ୍ନ ସାମଗ୍ରୀ ଖାଲି କରିବାପରେ ଗନ୍ତବ୍ୟ ପଥରେ ବାହାରିଥିଲା।

ଏହି ସମୟରେ ରାସ୍ତା କଡ଼ରେ ଶୋଇଥିବା ମେହମୁଦଙ୍କ ଉପରେ ଟ୍ରକ୍‌ ଚଢ଼ିଯାଇଥିଲା। ଏହାକୁ ସ୍ଥାନୀୟ ଲୋକ ଦେଖି ଟ୍ରକ୍‌କୁ ଅଟକାଇବାସହ ପୁଲିସ୍‌ ଜିମା ଦେଇଥିଲେ। ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଟ୍ରକ୍‌କୁ ଜବତ କରିବାସହ ଚାଳକଙ୍କୁ ଅଟକ ରଖିଛି। ଗୁରୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe