ଲୁନା ଚାଳକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର: ବରିଷ୍ଠ ନାଗରିକ ମୃତ, ୫ ଆହତ

Advertisment

ଟାଙ୍ଗୀ ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ହୋଇଛି ଏବଂ କାରରେ ଥିବା ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଚଣ୍ଡେଶ୍ୱର ଗ୍ରାମର ରଘୁନାଥ ବାରିକ।

Updated On

ଟାଙ୍ଗୀ ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ହୋଇଛି ଏବଂ କାରରେ ଥିବା ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଚଣ୍ଡେଶ୍ୱର ଗ୍ରାମର ରଘୁନାଥ ବାରିକ।

ଅଦ୍ୟତନ ହୋଇଛି

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଯୋଗୁଁ କାରରେ ଥିବା ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଚଣ୍ଡେଶ୍ୱର ଗ୍ରାମର ରଘୁନାଥ ବାରିକ(୬୩)। ଗୁରୁତର ଆହତମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ପଶ୍ଚିମବଙ୍ଗରରୁ ଓଡ଼ିଶା ଭ୍ରମଣରେ ଆସିଥିବା ଏକ ପରିବାର କାରରେ ଗଂଜାମ ଜିଲ୍ଲା ରମ୍ଭା ଅଞ୍ଚଳକୁ ଯାଉଥିଲେ। ସେମାନେ ଟାଙ୍ଗୀସ୍ଥିତ ବ୍ରାହ୍ମଣ୍ଡୀ ଠାରେ ଏକ ଟ୍ରକ୍‌କୁ ବାମପଟେ ଓଭର୍ ଟେକ କରି ଏକ ଲୁନାକୁ ଧକ୍କାଦେଇଥିଲେ। କାରଟି ଦ୍ରୁତଗତିରେ ଥିବାରୁ ଆୟତ୍ତ କରିନପାରି ଏକ ଖଜୁରୀ ଗଛରେ ମାଡ଼ ହୋଇଥିଲା। ଫଳରେ ଲୁନା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

publive-image

କାରଟି ଦ୍ରୁତଗତିରେ ଥିବାରୁ ଆୟତ୍ତ କରିନପାରି ନ ଥିଲା। ଲୁନା ଚାଳକଙ୍କୁ ଧକ୍କା ଦେଲା ପରେ ଏକ ଖଜୁରୀ ଗଛରେ ମାଡ଼ କରିଥିଲା। ଫଳରେ ଲୁନା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ଗ୍ରାମବାସୀ ପହଂଚି ଅଗ୍ନିଶମ ବାହିନୀକୁ ଖବର୍ ଦେଇଥିଲେ। ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ପହଂଚି ମୃତ ରଘୁନାଥ ବାରିକଙ୍କ ମରଶରୀର ଏବଂ କାରରେ ଥିବା ସମସ୍ତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଆହତମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe