ବଜ୍ରପାତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ

ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୬୫) ଧାନ ଖେତକୁ ଚାଷ କରିବାକୁ ଯାଇଥିବାବେଳେ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

Two women killed, one critically injured in lightning strike

Two women killed, one critically injured in lightning strike Photograph: (sambad.in)

ରାଇରଙ୍ଗପୁର/ବାସିଙ୍ଗି: ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୬୫) ଧାନ ଖେତକୁ ଚାଷ କରିବାକୁ ଯାଇଥିବାବେଳେ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଧାନ କ୍ଷେତରେ କାମ କରୁଥିବା ବେଳେ ଅପରାହ୍ନରେ ହଠାତ୍ ବଜ୍ରପାତ ହୋଇଥିଲା ପରେଶ ସେଠାରେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏନେଇ ବହଳଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। 

ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ବାମନଘାଟି ଉପଖଣ୍ଡରେ ଦୁଇ ଜଣ ଚାଷୀଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ୩ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe