ଆଦିବାସୀ ଅଞ୍ଚଳରେ ଅନ୍ଧବିଶ୍ୱାସ: ୧୫ଦିନରେ ୩ଟି ଘଟଣା; ୨ଜଣଙ୍କ ମୃତ୍ୟୁ

ଭାରତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିବା ବେଳେ ଭାରତମାତାର ସନ୍ତାନ ମହାକାଶରୁ ଫେରିସାରିଛି। ସରକାର ବିକଶିତ ଭାରତ କଥା କହୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଆଜି ବି ଲୋକେ ପୁରୁଣା ଜୀବନଶୈଳୀରେ ବଞ୍ଚୁଛନ୍ତି।

New Project (16)

ରାୟଗଡ଼ା: ଭାରତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିବା ବେଳେ ଭାରତମାତାର ସନ୍ତାନ ମହାକାଶରୁ ଫେରିସାରିଛି। ସରକାର ବିକଶିତ ଭାରତ କଥା କହୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଆଜି ବି ଲୋକେ ପୁରୁଣା ଜୀବନଶୈଳୀରେ ବଞ୍ଚୁଛନ୍ତି। ଆଧୁନିକ ଯୁଗରେ ପୁରାତନ ସଭ୍ୟତା ଭଳି ଚଳୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ମଧ୍ୟ ଅନ୍ଧବିଶ୍ବାସ ଦୂର ହୋଇପାରି ନାହିଁ। ଲୋକେ ପୁରୁଣାଶୈଳୀରେ ଜୀବନ ବିତାଉଥିବାରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅଞ୍ଚଳରେ ଏହିଭଳି ଏକ ଘଟଣା ଘଟିଛି, ଯେଉଁଥିରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି।  

ରାୟଗଡା ଜିଲ୍ଲାରେ ଥମିବାର ନା ନେଉନି ଅନ୍ଧବିଶ୍ୱାସ ଜନିତ ଆକ୍ରମଣ ଓ ହତ୍ୟାକାଣ୍ଡ ଘଟଣା l ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ସାନସିଗୁରୁ ଗ୍ରାମର ଜଣେ ବୃଦ୍ଧାଙ୍କୁ ଗୁରୁବାର ବିଲମ୍ବିତ ରାତ୍ରୀରେ କିଛି ଯୁବକ ସଂଘବଦ୍ଧ ଭାବ‌େ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।  ରାୟଗଡ଼ା ବ୍ଲକ କାରୁବାୟି ପଞ୍ଚlୟତ ସାନସିଗୁରୁ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ହେଳେ ୬୦ ବର୍ଷୀୟ ବୃଦ୍ଧା ଜୟଧନ ମଣ୍ଡାଙ୍ଗୀ।

ଆଜି ମୃତ ଜୟଧନଙ୍କ ପୁଅ ଜଗା ତାଡିଙ୍ଗି ଏନେଇ ଶେଷଖାଲ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁବାର ବିଳମ୍ବିତ ରାତିରେ ଘରେ ଏକୁଟିଆ ସୋଇଥିବା ଅବସ୍ଥାରେ ଗାଁର କିଛି ଯୁବକ ଛୁରା ମାରି ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟଯେ ରାୟଗଡା ଜିଲ୍ଲା  ଶେଷଖାଲ ଥାନା ଅଧିନରେ ଗତ ୧୫ ଦିନ ମଧ୍ୟରେ ଗୁଣିଗାରେଡି ସଂଦେହରେ ୩ଟି ଘଟଣା ଘଟିଥିବା ଅଭି‌ଯୋଗ ହୋଇଛି। ୩ଟି ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ତର ଅବସ୍ଥାରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛିନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଏହିଭଳି ଘଟଣା ବାରମ୍ବାର ଘଟୁଛି। ତେଣୁ ଆଦିବାସୀବହୁଳ ଅଞ୍ଚଳରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦିଆଗଲେ ଅନ୍ଧବିଶ୍ବାସ ଦୂର ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ଦେଉଛନ୍ତି। 

Rayagada | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe