old man dies by attack of elephant Photograph: (sambad.in)
ଲଇକେରା: ବାଗଡିହି ଫରେଷ୍ଟ ରେଞ୍ଜ ପିତାମାଲ ଜଙ୍ଗଲରେ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ପିତାମାଲ୍ ଗ୍ରାମର ହିରାଲାଲ ବୁଡ଼ା (୬୦) ଘରୁ ଏକ ଟାଙ୍ଗିଆ ଧରି ବାହାରି ଯାଇଥିଲେ। ସନ୍ଧ୍ୟା ବେଳକୁ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥଲେ, କିନ୍ତୁ ହିରାଲାଲକୁ ପାଇ ନ ଥିଲେ।
ଆଜି ସକାଳୁ ହିରାଲାଲ୍ ଜଙ୍ଗଲ ଭିତରକୁ ଯାଇଥିବା ସନ୍ଦେହ କରି ପିତାମାଲ୍ ଜଙ୍ଗଲକୁ ପରିବାର ଲୋକେ ଖୋଜିବା ପାଇଁ ଯାଇଥିଲେ। ଜଙ୍ଗଲ ଭିତରେ ଦନ୍ତା ହାତୀ ହିରାଲାଲକୁ ମାଡ଼ି ଦଳି ମାରିଦେଇଥିବା ଦେଖିବାକୁ ପାଇଥିଲେ।
ଆହୁରି ପଢନ୍ତୁ- Important Meeting BJP: ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ଵାର ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଘଟଣା ସ୍ଥଳରେ ବନ ବିଭାଗ
ଖବର ପାଇ ବାଗଡିହି ବନବିଭାଗର ରେଞ୍ଜର ବନ୍ଦନା ପଶାୟତ, ଫରେଷ୍ଟର ମୁରାରି ପ୍ରସାଦ ସାହୁଙ୍କ ସମେତ ବନ ବିଭାଗର ଏଲିଫେଣ୍ଟ ସ୍କୁଆଡ, ଲଇକେରା ଥାନାଧିକାରି ଦିଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇବା ସହିତ ତଦନ୍ତ କରୁଥିବା କହିଛନ୍ତ ଫରେଷ୍ଟର ଶ୍ରୀ ସାହୁ।
Follow Us