ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅର୍ନ୍ତଗତ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ୍ବରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି। ସେ ହେଲେ ସେହି ଗ୍ରାମର ସମ୍ବାରୁ ସାହୁ(୬୫)।
ଆଜି ସକାଳୁ ଗୋରୁଗାଈଙ୍କୁ ନିକଟସ୍ଥ ଘୁଡ଼ିଆ ଜଙ୍ଗଲକୁ ନେଇଥିଲେ। ମାତ୍ର ଜଙ୍ଗଲ ଭିତରୁ ଏକ ଭାଲୁ ଆସି ଆକ୍ରମଣ କରିଥିଲା। ଆକ୍ରମଣରେ ସମ୍ବାରୁଙ୍କ ମୁହଁକୁ କ୍ଷତାକ୍ତ କରି ଦେଇଥିଲେ। ସେ ଚିତ୍କାର କରିବା ଫଳରେ କିଛି ଲୋକ ଆସି ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲକୁ ନେଇଛନ୍ତି। ଏହି ଅଞ୍ଚଳରେ ହାତୀ ଓ ଭାଲୁ ରହି ଆକ୍ରମଣ କରି ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଅଧିକ କର୍ମଚାରୀ ରହି ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି।

Follow Us