ବନ୍ଧମୁଣ୍ଡା (ଦେବ କୁମାର ଦେ): ବନ୍ଧମୁଣ୍ଡା ଠାରେ ସୋମବାର ମଧ୍ୟ ରାତି ପ୍ରାୟ ଗୋଟିଏ ବେଳେ ଗୋଟିଏ ଜଙ୍ଗଲି ହାତୀ ଅଚାନକ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ସହରର ମୁଖ୍ୟ ରାସ୍ତାରେ ଆସି ପହଞ୍ଚି ଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇ ଥିଲେ, କିନ୍ତୁ ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବେ ହାତୀଟି ଡିଜେଲ କଲୋନି ରେଳ ଫାଟକ ଅତିକ୍ରମ କରି ବନ୍ଧମୁଣ୍ଡା ରେଳବାଇ ୟାର୍ଡକୁ ଯାଇ ପହଞ୍ଚିଥିଲା। ମଧ୍ୟରାତି ପର୍ଯ୍ୟନ୍ତ ବନ ବିଭାଗର ଟିମ ହାତୀକୁ ଘଉଡ଼ାଇବାରେ ବ୍ୟସ୍ତ ଥିଲେ। ଶେଷରେ ରାତି ପ୍ରାୟ ୨.୩୦ଟା ସମୟରେ ହାତୀଟି ରେଳଯାର୍ଡରୁ ବାହାରି ରାଉରକେଲା- ଦୁର୍ଗାପୁର ରାସ୍ତା ଦେଇ ରାଉରକେଲା ଏନ.ଆଇ.ଟି ମୁଖ୍ୟ ଦ୍ୱାର ହୋଇ କୋଏଲନଗର ସି-ବ୍ଲକକୁ ପହଞ୍ଚିଲା।
ଫୁଲ ତୋଳୁଥିଲେ, କଚାଡ଼ି ଦେଇଥିଲା ହାତୀ
ସେଠାରେ ପ୍ରାୟ ତିନିଟା ସମୟରେ ୭୯ ବର୍ଷ ବୟସ୍କା ବୃଦ୍ଧା ପୂର୍ଣ୍ଣିମା ଦାସ୍ତିଆ ନିଜ ଘର ସାମ୍ନାରେ ଫୁଲ ତୋଳୁଥିଲେ। ଏହି ସମୟରେ ଅଚାନକ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ଜୋରରେ କଚାଡ଼ି ଦେଇଥିଲା। ଯାହା ଯୋଗୁଁ ଉକ୍ତ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇ ଯାଇଥିଲା। ଏହି ହୃଦୟବିଦାରକ ଘଟଣା ଶୁଣିବା ପରେ ସ୍ଥାନୀୟ ଲୋକମାନେ ଭୟ ଓ ଆତଙ୍କରେ ରହିଛନ୍ତି।
ଘଟଣା ପରେ ହାତୀଟି କୋଏଲ ନଦୀ ଅତିକ୍ରମ କରି ରିଉ ଗାଁ ଦିଗକୁ ବଢ଼ିଯାଇଥିବା ବନ ବିଭାଗ ସୂଚନା ଦେଇଛି। ମାତ୍ର ସହର ମଧ୍ୟରେ ଏଭଳି ବନ୍ୟ ହାତୀର ପ୍ରବେଶ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଅପରପକ୍ଷେ ଝିରପାନି ପୁଲିସ ମୃତା ବୃଦ୍ଧାଙ୍କ ଶବ ଜବତ କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି। ପୋଷ୍ଟମର୍ଟମ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ।
ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।
ଆହୁରି ପଢ଼ନ୍ତୁ: Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଜଣାଥାଉ ଯେ, ସୋମବାର ରାତି ପ୍ରାୟ ୧୧ଟା ସମୟରେ ହାତୀମାନଙ୍କ ଏକ ପଲ ବନ୍ଧମୁଣ୍ଡାର ବରକାଣି ଗାଁ ପର୍ଯ୍ୟନ୍ତ ଆସି ପହଞ୍ଚିଥିଲା, ଯାହାକୁ ବନ ବିଭାଗ ଅନେକ ପ୍ରଚେଷ୍ଟା ପରେ ଜଙ୍ଗଲ ଦିଗକୁ ଫେରାଇ ଦେଇ ଥିଲେ। କିନ୍ତୁ ରାତି ସମୟରେ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ସୋନାପର୍ବତରୁ ଗୋଟିଏ ହାତୀ ବନ୍ଧମୁଣ୍ଡାକୁ ଆସି ପ୍ରବେଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/elephant-killed-old-woman-2025-11-11-09-16-32.png)