ସବୁ ସରକାରୀ ସୁବିଧାରୁ ବଞ୍ଚିତ, ପ୍ରଶାସନର ଦୃଷ୍ଟି ପକାଇବାକୁ ଅନୁରୋଧ

ଦେବା କାବାସୀ। ବୟସ ୬୫ ଡେଇଁବଣି। କୋରକୋଣ୍ଡା ବ୍ଲକର ତୁମସାପାଲୀ ଗ୍ରାମର ବାସିନ୍ଦା। ବଳ ଥିବା ପର୍ଯ୍ୟନ୍ତ ସେ କାମଧନ୍ଦା କରି ନିଜର ପରିବାରର ପ୍ରତିପୋଷଣ କରୁଥିଲେ। ତେବେ ଏକ ଅଜଣା ରୋଗ ତାଂକୁ ଦାଉ ସାଧିଛି।

Malkangiri old man

Malkangiri old man Photograph: (sambad.in)

ମାଲକାନଗିରି: ଦେବା କାବାସୀ। ବୟସ ୬୫ ଡେଇଁବଣି। କୋରକୋଣ୍ଡା ବ୍ଲକର ତୁମସାପାଲୀ ଗ୍ରାମର ବାସିନ୍ଦା। ବଳ ଥିବା ପର୍ଯ୍ୟନ୍ତ ସେ କାମଧନ୍ଦା କରି ନିଜର ପରିବାରର ପ୍ରତିପୋଷଣ କରୁଥିଲେ। ତେବେ ଏକ ଅଜଣା ରୋଗ ତାଂକୁ ଦାଉ ସାଧିଛି। କୌଣସି କାରଣରୁ ତାଂକର ଅଣ୍ଟା ତଳ ଆଉ କାମ କରୁନାହିଁ। ଯାହାଫଳରେ ସେ ଠିଆ ହୋଇପାରୁନାହାନ୍ତି କି ଚାଲି ପାରୁନାହାନ୍ତି। ଏଭଳି ଅବସ୍ଥା ଗତ ୭ ବର୍ଷ ହେଲା ହେଲାଣି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ପିଚାରେ ଘୋଷାଡି ଘୋଷାଡି ହୋଇ ଯିବା ଆସିବା କରିଥାନ୍ତି।

ଆଜି ପର୍ଯ୍ୟନ୍ତ ତାଂକୁ କୌଣସି ସରକାରୀ ସୁବିଧା ପ୍ରଦାନ କରାଯାଇ ନାହିଁ। ନା ତାଂକୁ ଭତ୍ତା ମିଳୁଛି ନା ଆବାସ ଯୋଜନାରେ ସାମିଲ କରାଯାଇଛି। ତାଂକୁ ଏକ ହ୍ବିଲ ଚେୟାର ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଥକି ଗଲେଣି। ଏଭଳି କି ସ୍ଥାନୀୟ ଅଙ୍ଗନବାଡିଙ୍କୁ ଏନେଇ ଅନୁରୋଧ କରିବା ପରେ ସେ ତାଂକ ଉପରେ ରାଗି ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି।

ଦେବାଙ୍କ ଏଭଳି ଅବସ୍ଥା ଦେଖି ଗ୍ରାମବାସୀ ମଧ୍ୟ ବହୁ ଥର ବ୍ଲକ ପ୍ରଶାସନ ନିକଟରେ ତାଂକୁ ହ୍ବିଲ ଚେୟାର ଦେବା ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅତି ଦୟନୀୟ ଅବସ୍ଥାରେ ଦେବା ଏବେ ବଞ୍ଚିଛନ୍ତି। 

ପରିବାର ଲୋକେ ମଧ୍ୟ ଆର୍ଥିକ ଅନାଟନ ଦେଇ ଗତି କରୁଥିବାରୁ ତାଂକର ଚିକିତ୍ସା କରାଇପାରୁନଥିବା କହିଥିଲେ। ଦେବାକୁ ସରକାରୀ ସହାୟତା ନମିଳିବା ଦୁଃଖ ଓ ପିରତାପର ବିଷୟ ବୋଲି ସ୍ଥାନୀୟ ସମାଜସେବୀମାନେ ମତ ଦିଅନ୍ତି। ସରକାରଙ୍କର ଏତେ ଯୋଜନା ରହିଥିଲେ ମଧ୍ୟ ଆଜି ବି ଦୁର୍ଗମ ଅଂଚଳରେ ରହୁଥିବା ଅଶିକ୍ଷିତ ଆଦିବାସୀ କଷ୍ଟକର ଜୀବନଯାପନ କରୁଛନ୍ତି। ଯାହାର ଖବର ପ୍ରଶାସନ ନିକଟରେ ରହିଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେବା କାବାସୀଙ୍କୁ ତୁରନ୍ତ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯିବା ସହ ଆବାସ ଯୋଜନାରେ ସାମିଲ କରାଯିବା ସହ ହ୍ବିଲ ଚେୟାର ପ୍ରଦାନ କରିବାକୁ ଦାବି ଉଠିଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe