ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଛୁରାମାଡ଼ କରାଯାଇଛି। ଏଭଳି ଅଭାବନୀୟ ଘଟଣା ରାୟଗଡା ଟାଉନ୍ ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ଦେଖିବାକୁ ମିଳିଛି। ଆହତ ବୃଦ୍ଧା ଖାଲିମଣି ଜାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ପେଟର ଡାହାଣ ପାଖରେ ଛୁରାରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।
ଗତକାଲି ରାତି ୧୦ ଟା ସମୟରେ ବାଲୁ ଝୋଡିଆ ଓ ବେଜୁ ଜାନି ମିଶି ବୃଦ୍ଧା ଖାଲିମଣିକୁ ଘରୁ ବାହାରକୁ ଡାକିବା ସହ ଠେଲାପେଲା କରିଥିଲେ। ପରେ ଏକ ଧାରୁଆ ଛୁରୀରେ ଖଲିମଣିକୁ ଆକ୍ରମଣ କରି ମାଡ଼ ମାରିବା ସହ ପାଖ ନଦୀପଠାରେ ଫିଙ୍ଗି ଦେଇଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଖବର ପାଇ ପରିବାର ଲୋକଙ୍କୁ ଜଣାଇବା ପରେ ବୃଦ୍ଧIକୁ ଉଦ୍ଧାର କରାଯାଇଥିଲା। ଗତ କିଛି ମାସ ତଳେ ଅଭିଯୁକ୍ତ ବାଲୁ ଝୋଡିଆର ବୋହୂ ଓ ନାତି ଅସୁସ୍ଥତା ଯୋଗୁଁ ମୃତ୍ଯୁବରଣ କରିଥିଲେ। ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି କାଲିମଣି ଗୁଣିଆ କରି ମାରିଥିବା ନେଇ ବୁଲୁ ପୂର୍ବରୁ ଝଗଡ଼ା କରିଥିଲା ଏବଂ ଦିନେ ତାଙ୍କୁ ନିସ୍ତୁକ ମାଡ଼ ମଧ୍ଯ ମାରିଥିଲେ। ତେବେ ଗତକାଲି ରାତିରେ ବୃଦ୍ଧା କଲିମଣୀକୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗତକାଲି ରାତି ୧୦ ଟା ସମୟରେ ବାଲୁ ଝୋଡିଆ ଓ ବେଜୁ ଜାନି ମିଶି ବୃଦ୍ଧା ଖାଲିମଣିକୁ ଘରୁ ବାହାରକୁ ଡାକିବା ସହ ଠେଲାପେଲା କରିଥିଲେ। ପରେ ଏକ ଧାରୁଆ ଛୁରୀରେ ଖଲିମଣିକୁ ଆକ୍ରମଣ କରି ମାଡ଼ ମାରିବା ସହ ପାଖ ନଦୀପଠାରେ ଫିଙ୍ଗି ଦେଇଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଖବର ପାଇ ପରିବାର ଲୋକଙ୍କୁ ଜଣାଇବା ପରେ ବୃଦ୍ଧIକୁ ଉଦ୍ଧାର କରାଯାଇଥିଲା। ଗତ କିଛି ମାସ ତଳେ ଅଭିଯୁକ୍ତ ବାଲୁ ଝୋଡିଆର ବୋହୂ ଓ ନାତି ଅସୁସ୍ଥତା ଯୋଗୁଁ ମୃତ୍ଯୁବରଣ କରିଥିଲେ। ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି କାଲିମଣି ଗୁଣିଆ କରି ମାରିଥିବା ନେଇ ବୁଲୁ ପୂର୍ବରୁ ଝଗଡ଼ା କରିଥିଲା ଏବଂ ଦିନେ ତାଙ୍କୁ ନିସ୍ତୁକ ମାଡ଼ ମଧ୍ଯ ମାରିଥିଲେ। ତେବେ ଗତକାଲି ରାତିରେ ବୃଦ୍ଧା କଲିମଣୀକୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ଘଟଣା ନେଇ ଟାଉନ୍ ଥାନା ପୁଲିସ ମେଡିକାଲରେ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us