ଅସହାୟତାର କାହାଣୀ କହିଲେ ୯୦ ବର୍ଷ ବୟସ୍କା ବୃଦ୍ଧା

ସ୍ବାମୀ ପଦିଆ ହନ୍ତାଳ କାହିଏ କେତେ ବର୍ଷ ପୂର୍ବରୁ ଅଜଣା ରୋଗରେ ମୃତ୍ୟୁବରଣ କରିସାରିଲେଣି। ସନ୍ତାନ କହିଲେ ଦୁଇ ପୁଅ। କିନ୍ତୁ ସେମାନେ ଅନ୍ୟ ସ୍ଥାନରେ ରହି ମା‘ର ଦେଖାଶୁଣା କରୁଥିବା କଥା କେବଳ କହୁଛନ୍ତି।

Malkangiri

Malkangiri Photograph: (sambad.in)

ମାଲକାନଗିରି: ଜିଲ୍ଲାରେ ବହୁ ବୃଦ୍ଧ ଓ ବୃଦ୍ଧା ଅଛନ୍ତି ଯାହାକୁ ତାଂକର ପରିବାରର କେହି ମଧ୍ୟ ପଚାରୁନାହାନ୍ତି। ଯାହାଫଳରେ ସେମାନେ ଏକାକୀ ରହିବାକୁ ବାଧ୍ୟ ନଚେତ ବୃଦ୍ଧାଶ୍ରମକୁ ଚାଲିଯାଉଛନ୍ତି। ଏଭଳି ଏକ ଘଟଣାକ୍ରମରେ ଜିଲ୍ଲାର ଖଇରପୁଟ ବ୍ଲକର ଦୁର୍ଗମ ବଡଡୁରାଲ ପଞ୍ଚାୟତର ପୁଜାରୀଗୁଡା ଗ୍ରାମରେ ବାସ କରୁଥିବା ୯୦ ବର୍ଷିଆ ବୃଦ୍ଧା ସମାରୀ ହନ୍ତାଳଙ୍କର କାହାଣୀ ଏଠାରେ କହୁଛୁ।

ସ୍ବାମୀ ପଦିଆ ହନ୍ତାଳ କାହିଏ କେତେ ବର୍ଷ ପୂର୍ବରୁ ଅଜଣା ରୋଗରେ ମୃତ୍ୟୁବରଣ କରିସାରିଲେଣି। ସନ୍ତାନ କହିଲେ ଦୁଇ ପୁଅ। କିନ୍ତୁ ସେମାନେ ଅନ୍ୟ ସ୍ଥାନରେ ରହି ମା‘ର ଦେଖାଶୁଣା କରୁଥିବା କଥା କେବଳ କହୁଛନ୍ତି। କିନ୍ତୁ ବୃଦ୍ଧା ଏକ ଶୌଚଳୟରେ ନିଜର ଜୀବନ ଅତିବାହିତ କରୁଛନ୍ତି। ସେଠାରେ ହିଁ ରାନ୍ଧିବା, ଖାଇବା ଏବଂ ରହିବା କାମ କରୁଛନ୍ତି। ୩ ଫୁଟ ଚଉଡ଼ା ସ୍ଥାନରେ ନିଜର କିଛି ଜିନିଷ ରଖିବା ସହ ସେଠାରେ ହିଁ ଗଞ୍ଜାଗୁଞ୍ଜି ହୋଇ ଶୋଇପଡୁଛନ୍ତି। କେତେବେଳେ ରାନ୍ଧୁଛନ୍ତି ତ ଆଉ କେତେବେଳେ ଭୋକରେ ମଧ୍ୟ ଶୋଇପଡୁଛନ୍ତି।

ତାଂକର ରାସନ କାର୍ଡଟିଏ ରହିଛି। କିନ୍ତୁ ଗତ ୧୪ ମାସ ହେବ ତାଂକୁ ପଞ୍ଚାୟତ ତରଫରୁ ରାସନ ପ୍ରଦାନ କରାଯାଇ ନାହିଁ। କିନ୍ତୁ ତାଂକୁ ଭତ୍ତା ୧୦୦୦ ଟଂକା ମିଳୁଥିବା ବୃଦ୍ଧା କହନ୍ତି। ତାଂକୁ ୮୦ ବର୍ଷରୁ ଊର୍ଦ୍ଧ୍ବ ହୋଇଯାଇଥିଲେ ମଧ୍ୟ ତାଂକୁ ସରକାରଙ୍କର ନୂତନ ପେନସନ ଯୋଜନାରେ ସାମିଲ କରାଯାଇପାରି ନାହିଁ। ଏହାର କାରଣ ହେଲା ତାଂକର ପାଖରେ ଆଧାରକାର୍ଡ କିମ୍ବା ଭୋଟର କାର୍ଡ ନାହିଁ।

ସେ ଆଧାରକାର୍ଡ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଯାଇ ନୟାନ୍ତ ହେଉଥିବା କହିଥିଲେ। ଏବେ ଆଉ ତାଂକ ପାଖରେ ବଳ ନାହିଁ, ସେ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ପିଣ୍ଡାରେ ଛିଡ଼ା ହେବେ ବୋଲି। ଛୋଟିଆ ଶୌଚାଳୟରେ ଜୀବନ ବିତାଉଥିବା ଏହି ବୃଦ୍ଧା ସମାରୀକୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କଲେ ସେ ସେଥିରେ ହୁଏତ ନିଜର ବାକି ଜୀବନ ସୁଖରେ କଟାଇପାରିବ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe