OMFED Photograph: (sambad.in)
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍) ଚକ୍ଲେଟ୍ ବଜାରରେ ପ୍ରବେଶ କରିବ। ଆଗାମୀ ଦିନରେ ଚକ୍ଲେଟ୍ ବିକ୍ରି କରିବ। ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ କୁଲାଙ୍ଗେ ସାମ୍ବାଦିକମାନଙ୍କୁ କହିଛନ୍ତି, ଓମ୍ଫେଡ୍ର ଚକଲେଟ୍ ଡିଜାଇନ୍ ନ୍ୟାସନାଲ୍ ଡାଏରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ କରାଯାଇଛି। ଏ ନେଇ ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପୁଞ୍ଜି ନିବେଶ ପାଇଁ ଖୁବଶୀଘ୍ର ଏହାକୁ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ । ପ୍ରଡକ୍ଟରେ ବିବିଧତା ଆଣିବା ଓ ଡାଇରି ପ୍ରଡକ୍ଟରେ ମୂଲ୍ୟସଂଯୁକ୍ତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସେ କହିଛନ୍ତି ।
ଏତଦ୍ ବ୍ୟତୀତ ଓମ୍ଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଛି। ଆଗାମୀ ୪ ମାସ ଭିତରେ ଓଡ଼ିଶା ବଜାରେ ପାଣି ବୋତଲ ବିକ୍ରି ଆରମ୍ଭ କରିବ। ଏହାଛଡ଼ା ବର୍ଷକ ଭିତରେ ଓମଫେଡ୍ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି।
ବର୍ତ୍ତମାନ ଓମଫେଡ୍ ଦିନକୁ ୫.୫ ଲକ୍ଷ ଲିଟର ଦୁଗଧ ପ୍ରାୟ ଅଢେଇ ଲକ୍ଷ ଚାଷୀଙ୍କଠାରୁ ସଂଗ୍ରହ କରୁଛି। ତେବେ ଆଗାମୀ ଏକ ବର୍ଷ ମଧ୍ୟରେ ଦୈନିକ ଦୁଗଧ ସଂଗ୍ରହ ୧୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି । ଏହାଛଡ଼ା ଘିଅ ଉତ୍ପାଦନ ବୃଦ୍ଧି କରିବା ନେଇ ଆଗାମୀ ଦିନରେ ଓମଫେଡ୍ ଯୋଜନା ରଖିଛି। ବର୍ତ୍ତମାନ ସମୟରେ ଓମଫେଡ୍ ମାସକୁ ୧୨୦ ଟନ୍ ଘିଅ ଉତ୍ପାଦନ କରୁଛି।
OMFED
Follow Us