ଜଗା ଦର୍ଶନ ସାରି ଫେରିବା ‌‌ବେଳେ ସ୍କୁଟି ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ବିଧାୟକ

Advertisment

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବିଧାୟକଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବିଧାୟକଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

accident

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବିଧାୟକଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ପଶ୍ଚିମବଙ୍ଗର ବିଧାୟକ ଗୌତମ ଚୌଧୁରୀ ପରିବାର ସହ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଆଜି ମଧ୍ୟାହ୍ନରେ ‌କୋଲକାତା ଅଭିମୁଖେ ଫେରୁଥିଲେ। ଏହି ସମୟରେ ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଢ଼ାବା ନିକଟରେ ୨ଜଣ ସ୍କୁଟି ଆରୋହୀଙ୍କ ଉ‌ପରେ ଚଢ଼ାଇ ଦେଇଥିଲେ। 

ସୂଚନା ଅନୁସାରେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବିଧାୟକ ଗୌତମ ଚୌଧୁରୀ ପରିବାର ସହ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଆଜି ମଧ୍ୟାହ୍ନରେ ‌କୋଲକାତା ଅଭିମୁଖେ ଫେରୁଥିଲେ। ଏହି ସମୟରେ ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଢ଼ାବା ନିକଟରେ ସାଜନପୁର ପଂଚାୟତ ବିନାୟକପୁରର ରାଧାକାନ୍ତ ନାୟକ ଓ ତାଙ୍କର ଜଣେ ସାଥି ସ୍କୁଟି ଯୋଗେ ରାସ୍ତା ପାର ହେଉଥିଲେ। ସେମାନେ ବିଧାୟକଙ୍କ ଗାଡ଼ି ଧକ୍କାର ଶିକାର ହୋଇଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ରାଧାକାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଥିରେ ଥିବା ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe