ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡ଼ି: ଜଣେ ମୃତ, ୧ ଗୁରୁତର

ସୁନ୍ଦରଗଡ଼ରେ ଏକ ଦୁର୍ଘଟଣା ଘଟିଛି। ଶନିବାର ରାତି ପ୍ରାୟ ୮ଟାରେ କିରେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୁନ୍ଦରଗଡ଼: ଶନିବାର ରାତି ପ୍ରାୟ ୮ଟାରେ ସୁନ୍ଦରଗଡ଼ କିରେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇ ଯୁବକ ଏକ ସ୍କୁଟି (ଓଡି ୧୬ ଏଲ୍ ୬୯୧୦)ରେ କିରେଇ ପଟୁ ସୁନ୍ଦରଗଡ଼କୁ ଆସୁଥିବାବେଳେ  ପଛରୁ  ଏକ ଅଜଣା ଗାଡ଼ି ଧକ୍କା  ଦେଇଥିଲା। ସ୍କୁଟି ଲୁହା ବ୍ୟାରିକେଡ୍‌ରେ ପିଟି ହୋଇଯାଇଥିଲା।

publive-image

ଏଥିରେ ସ୍କୁଟି ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଗଲା। ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଭର୍ତ୍ତି କରିଛନ୍ତି। ମୃତାହତ ଦୁଇ ଯୁବକ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Accident | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe