ଦୁର୍ଘଟଣା: ବାଇକ୍ ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ, ଟ୍ରେନ୍‌ରୁ ଖସି ଜଣେ ଗୁରୁତର

Advertisment

ବାଇକ୍ ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଜାମଦା ଥାନା ଅନ୍ତର୍ଗତ ସୁନମରା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ବାଇକ୍ ଓ ସାଇକେଲ ଆରୋହୀ ଗୁରୁତର ହୋଇଥିଲେ।

ବାଇକ୍ ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଜାମଦା ଥାନା ଅନ୍ତର୍ଗତ ସୁନମରା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ବାଇକ୍ ଓ ସାଇକେଲ ଆରୋହୀ ଗୁରୁତର ହୋଇଥିଲେ।

Accident

ରାଇରଙ୍ଗପୁର: ବାଇକ୍ ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଜାମଦା ଥାନା ଅନ୍ତର୍ଗତ ସୁନମରା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ବାଇକ୍ ଓ ସାଇକେଲ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କାଯାଇଥିଲା। ସାଇକେଲ ଆରହିଙ୍କୁ ଡାକ୍ତର ସେଠାରେ ମୃତ ଘଷଣା କରିଥିବା ବେଳେ ବାଇକ୍ ଆରହିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।  

ସାଇକେଲ ଆରହିଙ୍କୁ ଡାକ୍ତର ସେଠାରେ ମୃତ ଘଷଣା କରିଥିବା ବେଳେ ବାଇକ୍ ଆରହିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। 

ଅନ୍ୟ ଏକ ଦୁର୍ଘଟଣା ଟାଟା-ବାଦାମପାହାଡ଼ ଚଳନ୍ତା ମେମୁ ଟ୍ରେନରେ ଘଟିଛି। ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଜନୈକ ଯୁବକ ଖସିପଡି ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀବେଡା ଗ୍ରାମ ୧୧ ନଂ ଓ୍ବାର୍ଡର ମନମିତ ଓଵେରାଇ (୩୬) ଟାଟାନଗରୁ ସକାଳେ ଟାଟା- ବାଦାମ ପାହାଡ଼ ତେଣୁ ଟ୍ରେନରେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଡାହାଣଗୋଡ ଆଣ୍ଠୁ ତଳକୁ ଭାଙ୍ଗି ଯାଇଥିବାବେଳେ ବାମ ଗୋଡ କ୍ଷତାକ୍ତ ହୋଇଯାଇଛି। ତାଙ୍କୁ ତୁରନ୍ତ ସେଚ୍ଛାସେବୀ ଶଶାଙ୍କ କୁମାର, ନିରାକାର ମହାନ୍ତି ଏବଂ ଅନ୍ୟମାନେ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲକରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ।ଗୁରୁତର ଯୋଗୁଁ ତାଙ୍କୁ କଟକସ୍ଥ ଏସସିବି ମେଡ଼ିକାଲ କଲେଜ ସରକାରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe