ବଜ୍ରପାତରେ ଜଣେ ମୃତ, ଚାରି ଆହତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାରିଗୁଡ଼ାରେ ବଜ୍ରପାତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଚାରି ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସୋମନାଥ ଯାନୀ।

ବଜ୍ରପାତରେ ଦୁଇ ମୃତ, ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ

ପାପଡାହାଣ୍ଡି/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାରିଗୁଡ଼ାରେ ବଜ୍ରପାତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଚାରି ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସୋମନାଥ ଯାନୀ। ଗୁରୁତରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସ୍ଥାନାନ୍ତର କରାଯଇଛି। ୪ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପୋଠାଯାଇଛି।

ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବାରୀଗୁଡ଼ା ଗ୍ରାମର ୬ ଜଣ ଶ୍ରମିକ ଇଟାଭାଟି କାମ କରିବାକୁ ଗାଁ ନିକଟସ୍ଥ ବଡ଼କୁପୁଳି ବଳିୟାଗୁଡ଼ା ଗ୍ରାମକୁ ଯାଇଥିଲେ। ଇଟାଭାଟି କାମ କରୁଥିବା ସମୟରେ ଅପରାହ୍ନରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା। ଅପରାହ୍ଣ ୩ଟା ୩୦ରେ ବଜ୍ରପାତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ସୋମନାଥଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ପାଞ୍ଚ ଜଣ ମଧ୍ୟରୁ ପ୍ରବୀଣ ହରିଜନ ଗୁରୁତର ହୋଇଥିବା ଯୋଗୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଭର୍ତ୍ତି କରାଯାଇଛି। ମଙ୍ଗଳୁ ଯାନୀ, କେଶବ ଯାନୀ, ସୁକୁମନ ଗୌଡ଼, ଧନବଳ ହରିଜନ ଆହତକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପୋତାଯାଇଥିବା ସୂଚନା ମିଳିଛି। ପାପଡ଼ାହାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିଛି।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe