ଟ୍ରକ୍‌-କଣ୍ଟେନର ଦୁର୍ଘଟଣାଗ୍ରସ୍ତ: ଜଣେ ଡ୍ରାଇଭର ମୃତ, ହେଲପର ଗୁରୁତର

୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ବଡରମା ଘାଟି ତଳ କଦଳିପାଲ ନିକଟରେ ଏକ ଟ୍ରକ ଓ ଗୋଟିଏ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି।

ଅଦ୍ୟତନ ହୋଇଛି
fire

କୁଚିଣ୍ଡା/ଜମନକିରା: ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ବଡରମା ଘାଟି ତଳ କଦଳିପାଲ ନିକଟରେ ଏକ ଟ୍ରକ୍‌ ସହ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର ଜୀବନ୍ତଦଗ୍ଧ ହୋଇଥିବା ବେଳେ ଜଣେ ଗୁରୁତର ହେଲପରଙ୍କୁ ସମ୍ବଲପୁର ସ୍ଥାନାନ୍ତରିତ କରାଯାଇଛି।‌ ମୃତ ଡ୍ରାଇଭର ହେଲେ ରେହେମାନ ଖାଁ ଗୁରୁତର ହେଲପରଙ୍କ ନାମ ସାହୁତ ଖାଁ ବୋଲି ଜଣାପଡିଛି।

ପୁଲିସ କହିଛି ଜମନକିରା ଥାନା ବଡରମା ଘାଟି ତଳ କଦଲିପାଲ ନିକଟରେ ଏକ ଟ୍ରକ ଓ ଗୋଟିଏ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ। 

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଅଗ୍ନିଶମ ବାହନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଗୁରୁତରକୁ ଡାକ୍ତରଖାନା ପଠାଯାଇଛି। ଦୁର୍ଘଟଣା ପରେ ଗାଡି ଦୁଇଟାରେ ନିଆଁ ଲାଗିଯାଇଛି। ଦମକଳ ବାହିନୀ ନିଆଁକୁ ଲିଭାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe