ଆମ୍ବୁଲାନ୍ସରେ ଥିଲା ନବଜାତ; ପଛରେ କାର୍‌ରେ ଯାଉଥିବା ବାପା-ମାଙ୍କୁ ଧକ୍କା ଦେଲା ଟ୍ରକ୍‌

Advertisment

୨୬ନଂ ଜାତୀୟ ରାଜପଥ ଲାଣ୍ଡିଗୁଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ କାର୍‌ଟି ଚେପା ହୋଇଯାଇଛି। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

୨୬ନଂ ଜାତୀୟ ରାଜପଥ ଲାଣ୍ଡିଗୁଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ କାର୍‌ଟି ଚେପା ହୋଇଯାଇଛି। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

Accident in koraput

Accident in koraput Photograph: (Sambad.in )

କୋରାପୁଟ: ୨୬ନଂ ଜାତୀୟ ରାଜପଥ ଲାଣ୍ଡିଗୁଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ କାର୍‌ଟି ଚେପା ହୋଇଯାଇଛି। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ‌ହେଲେ ସୟଦ ହନିଫ୍‌। ଆହତମାନେ ହେଲେ ହାଜରା ବିବି ଓ ସବେରା ବିବି।

ସୂଚନା ଅନୁସାରେ ସୟଦ ହନିଫଙ୍କ ସ୍ତ୍ରୀ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ନବଜାତର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଡାକ୍ତର ତାକୁ କୋରାପୁଟ ସ୍ଥାନାନ୍ତରିତ କରିଥିଲେ। ନବଜାତକୁ ଏକ ଆମ୍ବୁଲାନ୍ସରେ କୋରାପୁଟ ନିଆଯାଉଥିଲା। ପରିବାର ଲୋକେ ଏକ କାର ଯୋଗେ କୋରାପୁଟ ଆସୁଥିଲେ। ଲାଣ୍ଡିଗୁଡ଼ା କଲେଜ ନିକଟ ରାସ୍ତାରେ ଏକ ଟ୍ରକ ସହ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ବ୍ୟକ୍ତିଙ୍କୁ କୋରାପୁଟ ହସପିଟାଲ କୋରାପୁଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କୋରାପୁଟ ଡାକ୍ତରଖାନାରେ ସୟଦ ହନିଫଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ୨ ଆହତ ମହିଳାଙ୍କ କୋରାପୁଟ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ନବଜାତକୁ ଏକ ଆମ୍ବୁଲାନ୍ସରେ କୋରାପୁଟ ନିଆଯାଉଥିଲା। ଆମ୍ବୁଲାନ୍ସ ପଛେପଛେ ନବଜାତର ବାପା-ମା ଏକ କାର ଯୋଗେ କୋରାପୁଟ ଆସୁଥିଲେ। ଲାଣ୍ଡିଗୁଡ଼ା କଲେଜ ନିକଟ ରାସ୍ତାରେ ଏକ ଟ୍ରକ୍‌ ସହ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଖବର ପାଇ କୋରାପୁଟ ଟାଉନ୍ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ଉଭୟ ଗାଡ଼ିକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe