ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଠାରେ ଆଜି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।

052c2d38-7246-4e6c-b5ee-c74d52d42e5f

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଠାରେ ଆଜି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି ହେଲେ ରମେଶ ବାରିକ (୨୫)।

ସୂଚନା ଅନୁସାରେ ରମେଶ ଆଜି ହାଟରୁ ଲିପୁ ବାରିକଙ୍କ ସହିତ ବାଇକରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ରମେଶ ଓ ଲିପୁ ଅପରାହ୍ନରେ କାଞ୍ଜିପାଣି ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ବେଳେ କୁଆଁର ମଙ୍ଗଳା ମନ୍ଦିର ଛକ ନିକଟରେ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତାକଡ଼ରେ ଛିଟିକି ପଡ଼ିଥିଲେ। ବାଇକ ଚାଳକ ରମେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଲିପୁ ଗୁରୁତର ହୋଇପଡ଼ିଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଲିପୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ମାମଲା ରୁଜୁ ସହ ତଦନ୍ତ ଚଳାଇଛି।

Keonjhar | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe