ହାଇଓ୍ବାକୁ ଧକ୍କା ଦେଲା ପିକ୍‌ଅପ୍: ଜଣେ ମୃତ, ରାସ୍ତାରୋକ

ବିଜୁ ଏକ୍ସପ୍ରେସ ଓ୍ବେ ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନସ୍ଥ ଗମ୍ଭାରଡିହି ବସ୍‌ଷ୍ଟାଣ୍ଡ ନିକଟରେ ଆଜି ରାତି ୯ ଟାରେ ସୁନ୍ଦରଗଡ଼ ପଟୁ ରାଜଗାଙ୍ଗପୁର ପଟକୁ ଯାଉଥିବା ଏକ ହାଇଓ୍ବାକୁ ପଛପଟୁ ଏକ ପିକ୍‌ଅପ୍ ଧକ୍କା ଦେଇଥିଲା।

kutra

କୁତ୍ରା: ବିଜୁ ଏକ୍ସପ୍ରେସ ଓ୍ବେ ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନସ୍ଥ ଗମ୍ଭାରଡିହି ବସ୍‌ଷ୍ଟାଣ୍ଡ ନିକଟରେ ଆଜି ରାତି ୯ ଟାରେ ସୁନ୍ଦରଗଡ଼ ପଟୁ ରାଜଗାଙ୍ଗପୁର ପଟକୁ ଯାଉଥିବା ଏକ ହାଇଓ୍ବାକୁ ପଛପଟୁ ଏକ ପିକ୍‌ଅପ୍ ଧକ୍କା ଦେଇଥିଲା। ଫଳରେ ଖାଲାସି ସିଟରେ ବସିଥିବା ରାଜଗାଙ୍ଗପୁର ଲଖୁଆପଡାର ଶୁବାସ ନାଗ (୨୭)ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି। ଫଳରେ ଶହଶହ ଗାଡି ରାସ୍ତାରେ ଅଟକି ରହିଛି। ଘଟଣାସ୍ଥଳରେ କୁତ୍ରା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Accident | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe