୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ବାଇକ୍ ଧକ୍କାରେ ପଥଚାରୀ ମୃତ

Advertisment

୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ଧରୁନି। ଏକ ସପ୍ତାହ ମଧ୍ୟରେ ପ୍ରାୟ ୭ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣକ ମୃତ୍ୟୁ ହୋଇଛି। ବୁଧବାର ରାତିରେ ମଧ୍ୟ ଏକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଛି।

୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ଧରୁନି। ଏକ ସପ୍ତାହ ମଧ୍ୟରେ ପ୍ରାୟ ୭ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣକ ମୃତ୍ୟୁ ହୋଇଛି। ବୁଧବାର ରାତିରେ ମଧ୍ୟ ଏକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଛି।

Accident

ରାଇରଙ୍ଗପୁର: ୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ଧରୁନି। ଏକ ସପ୍ତାହ ମଧ୍ୟରେ ପ୍ରାୟ ୭ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣକ ମୃତ୍ୟୁ ହୋଇଛି। ବୁଧବାର ରାତିରେ ମଧ୍ୟ ଏକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଛି।

ବୁଧବାର ରାତିରେ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ନୂଆଗାଁ ଲିପିଘୁଟୁ ଗ୍ରାମର ସର୍ଗତଃ କାରାନ ମାଝିଙ୍କ ପୁଅ ଘାଙ୍ଗୁରୁ ମାଝି ଓରଫ କାହ୍ନୁ (୨୯) ରାଇରଙ୍ଗପୁର କଲେଜ୍ ଛକଠାରୁ ଘରକୁ ଚାଲିଚାଲି ଫେରୁଥିବା ସମୟରେ ଏକ ବାଇକ୍ ଧକ୍କା ଦେଇଥିଲା। ବାଇକ୍ ଆରୋହୀ ରାଇରଙ୍ଗପୁରରୁ ଯଶିପୁର ଦିଗକୁ ଯାଉଥିବା ସମୟରେ କାହ୍ନୁଙ୍କୁ ଧକ୍କା ମାରିଥିଲେ। 

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ୍ ଥାନା ପୁଲିସ୍ ହସ୍ପିଟାଲ୍‌କୁ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନାର ଏସଆଇ ମିନତୀ ନାଏକ ଦୁର୍ଘଟଣା ଗ୍ରସ୍ତ ବାଇକ୍‌କୁ ଜବତ କରି ୧୫୩/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ତେବେ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦସ୍ଥ  ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe