ଛତୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ ବୟସ୍କ ବ୍ୟକ୍ତି, କଚାଡ଼ି ଦେଲା ହାତୀ

ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଗଡ଼ପୋଷ ସେକ୍ସନ କିନାବଗା ବିଟ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କିନାବଗା ପଞ୍ଚାୟତ ମସନିକାନି ଗ୍ରାମର ହେରମାନ ଡାଙ୍ଗ(୫୫) । ଶୁକ୍ରବାର ଭୋରରୁ ଛତୁ ସଂଗ୍ରହ କରିବା ପାଇଁ ଘରୁ ବାହାରି ଥିଲେ । ମାତ୍ର ସେ ଆଉ ଘରକୁ ଫେରି ନଥିଲେ ।

New Project (1)

Photograph: (Sambad.in)

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଗଡ଼ପୋଷ ସେକ୍ସନ କିନାବଗା ବିଟ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କିନାବଗା ପଞ୍ଚାୟତ ମସନିକାନି ଗ୍ରାମର ହେରମାନ ଡାଙ୍ଗ(୫୫)। ଶୁକ୍ରବାର ଭୋରରୁ ଛତୁ ସଂଗ୍ରହ କରିବା ପାଇଁ ଘରୁ ବାହାରି ଥିଲେ। ମାତ୍ର ସେ ଆଉ ଘରକୁ ଫେରି ନଥିଲେ।

ସୂଚନା ମୁତାବକ ଆଜି ପରିବାର ଲୋକେ ଖୋଜାଖୋଜି କରିବା ସହ ଫରେଷ୍ଟ ଗାର୍ଡ କୌଶଲ୍ୟା ନାଏକଙ୍କୁ ହେରମାନ ଡାଙ୍ଗଙ୍କ ବିଷୟରେ ସୂଚନା ଦେଇଥିଲେ। ଉଭୟ ପରିବାର ଓ ଜଙ୍ଗଲ ବିଭାଗ କର୍ମଚାରୀ ଖୋଜାଖୋଜି କରିଥିଲେ। ପୂର୍ବାହ୍ନ ପ୍ରାୟ ୧୧.୩୦ରେ ତାଙ୍କର ରକ୍ତାକ୍ତ ଶବ ଶୋରିଶୋ ମୁଡ଼ା (ସାହି ଲଟା)ଠାରେ ପଡ଼ିଥିବାର ପାଇଥିଲେ। 

ଖବରପାଇ ରେଞ୍ଜର ଦୀପକ ରଞ୍ଜନ ମହାନନ୍ଦ, ଫରେଷ୍ଟର ତୁଲାରାମ ବରିହା, ଫରେଷ୍ଟ ଗାର୍ଡ ଜୀଵନ ବେହେରା, ବିଶ୍ବାସୀ ସଏ ଓ ଶାଶ୍ଵତୀ ଶୁଭଦର୍ଶିନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ବ୍ୟକ୍ତିଙ୍କ ପାଖରେ ହାତୀ ପାଦଚିହ୍ନ ରହିଥିବାରୁ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହେଇଥିବା ସ୍ପଷ୍ଟ ହୋଇଛି। ଗଡ଼ପୋଷ ଫାଣ୍ଡି ଅଧିକାରୀ ଅମୂଲ୍ୟ ଗଡ଼ନାୟକ ମଧ୍ୟ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି।

ତେବେ ସନ୍ଧ୍ୟା ହୋଇଯିବାରୁ ଆସନ୍ତାକାଲି ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଗତକାଲି ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। କାରଣ ରାଉରକେଲା ବନ୍ୟପ୍ରାଣୀ ବନଖଣ୍ଡ ସୋନାଖାନ ବିଟରେ ମଧ୍ୟ ଏକ ଦନ୍ତାର ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହାତୀର ଏମିତି ଆକ୍ରାମକ ଗତିବିଧି ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି।

Odisha | Attack | Elephant | Sambalpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe