ବାଇକ୍‌ ଆରୋହୀଙ୍କ ଜୀବନ ନେଲା ଦ୍ରୁତଗାମୀ ଟ୍ରକ୍

ସଦର ଥାନା ଅଧୀନ ଜଗତଗଡ଼ ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପିଣ୍ଟୁ ଚିତା (୨୧) ଓ ଗୁରୁତର ହେଲେ ସୁଜଳ ନାଗ (୧୯)।

Accident

ସୁନ୍ଦରଗଡ଼: ସଦର ଥାନା ଅଧୀନ ଜଗତଗଡ଼ ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପିଣ୍ଟୁ ଚିତା (୨୧) ଓ ଗୁରୁତର ହେଲେ ସୁଜଳ ନାଗ (୧୯)।

ସୂଚନା ଅନୁସାରେ ସୁନ୍ଦରଗଡ଼ ସହର ରାଣୀବଗିଚା ଅଞ୍ଚଳର ପିଣ୍ଟୁ ଓ ସୁଜଳ‌ କୌଣସି କାମରେ ବାଇକ୍‌ରେ ଯାଉଥିଲେ। ଜଗତଗଡ଼ ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପିଣ୍ଟୁଙ୍କର ମୃତ୍ୟୁ ଘଟିଥିବା ବେଳେ ସୁଜଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଗୁରୁତର ସୁଜଳଙ୍କୁ  ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।   

 Accident | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe