ଦୟାନଦୀରେ ଅଘଟଣ: ଅଷ୍ଟମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ଗାଧୋଇବାକୁ ଯାଇଥିବା ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ବୁଡ଼ିଯାଇଛନ୍ତି। ସେମାନଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜରେ ନିଖୋଜ ଅଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

Daya

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ଆଜି ଅଘଟଣ ଘଟିଛି। ଏହି ନଦୀରେ ଗାଧୋଇବାକୁ ଯାଇଥିବା ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ବୁଡ଼ିଯାଇଛନ୍ତି। ସେମାନଙ୍କର ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। 

ସୂଚନା ଅନୁସାରେ ଧଉଳି ଥାନା ଅଧୀନରେ ଥିବା ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ୨ ପିଲା ପାଠ ପଢୁଥିଲେ। ସେମାନେ ଆଜି ମଧ୍ୟାହ୍‌ଣରେ ଆଜି ଦୟାନଦୀର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ। ପାଣିର ଗଭୀରତା ସଂପର୍କରେ ଜାଣି ନଥିବାରୁ ଦୁଇ ଜଣ ଭାସି ଯାଇଥିଲେ। ସେଥିରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି।

ଧଉଳି ଥାନା ଅଧୀନରେ ଥିବା ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ୨ ପିଲା ପାଠ ପଢୁଥିଲେ। ସେମାନେ ଆଜି ମଧ୍ୟାହ୍‌ଣରେ ଆଜି ଦୟାନଦୀର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ।

ସୂଚନା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ନିଖୋଜ ଛାତ୍ରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି। ଗୋଟିଏ ଦମକଳ ଗାଡ଼ି ଆସିଛି। ତେଣୁ ଅଧିକ ଗାଡ଼ି ପାଇଁ ପରିବାର ଲୋକ ଦାବି କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ମଧ୍ୟ ସହଯୋଗ କରୁଛନ୍ତି। 

ଦୟା ନଦୀରେ ପିଲା ବୁଡ଼ିବା ଘଟଣାରେ ସ୍କୁଲର ଶିକ୍ଷୟତ୍ରୀ ସ୍କୁଲର ଶିକ୍ଷୟିତ୍ରୀ କଳ୍ପନା ତ୍ରିପାଠୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆଜି ସମସ୍ତ ଛାତ୍ର ସ୍ଵାଧୀନତା ଦିବସ ପାଳନ କରିବାକୁ ଆସିଥିଲେ। ସକଳ ୯ଟାରେ ସମସ୍ତ କାର୍ଯ୍ୟକ୍ରମ ସରିଥିଲା। ତାପରେ ସମସ୍ତେ ଘରକୁ ଫେରିଗଲେ। ସମସ୍ତଙ୍କୁ ସ୍କୁଲରେ ଚକଲେଟ୍ ଦିଆଯାଇଥିଲା। ସେମାନେ ସମସ୍ତେ ଚକଲେଟ୍ ନେବା ପରେ ସିଧା ଘରକୁ ଯାଇଥିଲେ। ତାପରେ ସେମାନେ ଏଠାକୁ ଆସିଛନ୍ତି। ସ୍କୁଲର ଏଥିରେ କୌଣସି ସଂପୃକ୍ତି ନାହିଁ। ସ୍କୁଲରେ ସେମାନଙ୍କ ବ୍ୟବହାର ସାଧାରଣ ହିଁ ଥିଲା। 

Bhubaneswar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe