ଶ୍ରୀମନ୍ଦିରରେ ରକ୍ତଛିଟା: ସାଧାରଣ ଦର୍ଶନ ପ୍ରଭାବିତ, ୧ଘଣ୍ଟା ବାହାରେ ରହିବେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ପୁଣି ରକ୍ତ ଛିଟା। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାରଠାରେ ରକ୍ତ ଛିଟା ପଡ଼ିଛି। ଫଳରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଏଥି ପାଇଁ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି।

Puri Jagannath

Puri Jagannath Photograph: (sambad.in )

ପୁରୀ: ଶ୍ରୀମନ୍ଦିରରେ ପୁଣି ରକ୍ତ ଛିଟା। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାରଠାରେ ରକ୍ତ ଛିଟା ପଡ଼ିଛି। ଫଳରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଏଥି ପାଇଁ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। କୌଣସି କାରଣରୁ ଧୁକୁଡ଼ି ଦ୍ୱାରରେ ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଛି, ସେ କାରଣରୁ ମହାସ୍ନାନ କରାଯିବ। ରିପୋର୍ଟ ଲେଖାଯିବା ବେଳକୁ ରକ୍ତଛିଟା କେମିତି ପଡ଼ିଲା ତାହା ଜଣାପଡ଼ି ନାହିଁ। 

ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କ ଦର୍ଶଦ ଜାରି ଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଧୁକୁଡ଼ି ଦ୍ୱାରଠାରେ ରକ୍ତଛିଟା ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ମହାପ୍ରଭୁଙ୍କ ମହାସ୍ନାନ ନୀତି ଶେଷ ହେଲା‌ ପରେ ପୁଣି ଥରେ ସାଧାରଣ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବ। 

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।

puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe