ବାଣ ଭିଡୁଥିବାବେଳେ ବିସ୍ଫୋରଣ, ବୃଦ୍ଧ ଗୁରୁତର

ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଉପକଣ୍ଠ ସାତପଉଟିଆ ଗ୍ରାମରେ ବୁଧବାର ପୂର୍ବାହ୍ନ ଦୀର୍ଘଦିନ ଧରି ନିଜେ ବାଣ ପ୍ରସ୍ତୁତି ପୂର୍ବକ ବାଣ ବ୍ୟବସାୟ କରିଆସୁଥିବା ଜନୈକ ବ୍ୟକ୍ତି ବାଣ ଭିଡୁଥିବା ବେଳେ କୈାଣସି କାରଣରୁ ବାରୂଦରେ ନିଆଁ ଲାଗିବା ସହିତ ଭୟଙ୍କର ବିସ୍ଫୋରଣ ଘଟି ଗୁରୁତର ଆହତ ହୋଇ ଡାକ୍ତରଖାନା ବେଡ଼ରେ ମରଣ ସହ ସଂଗ୍ରାମ କରୁଛନ୍ତି।

ବାଣଫୁଟା ଓ ବିକ୍ରି ଉପରେ କଟକଣା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ଘୁଞ୍ଚିଲା

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଉପକଣ୍ଠ ସାତପଉଟିଆ ଗ୍ରାମରେ ବୁଧବାର ପୂର୍ବାହ୍ନ ଦୀର୍ଘଦିନ ଧରି ନିଜେ ବାଣ ପ୍ରସ୍ତୁତି ପୂର୍ବକ ବାଣ ବ୍ୟବସାୟ କରିଆସୁଥିବା ଜନୈକ ବ୍ୟକ୍ତି ବାଣ ଭିଡୁଥିବା ବେଳେ କୈାଣସି କାରଣରୁ ବାରୂଦରେ ନିଆଁ ଲାଗିବା ସହିତ ଭୟଙ୍କର ବିସ୍ଫୋରଣ ଘଟି ଗୁରୁତର ଆହତ ହୋଇ ଡାକ୍ତରଖାନା ବେଡ଼ରେ ମରଣ ସହ ସଂଗ୍ରାମ କରୁଛନ୍ତି। ଗୁରୁତର ବାଣ ବ୍ୟବସାୟୀ ଜଣକ ହଭେଛନ୍ତି ଉକ୍ତ ଗ୍ରାମର କାଶୀନାଥ ସାହୁ (୭୦)।

ସୂଚନା ଅନୁଯାଇ କାଶୀନାଥ ଦୀର୍ଘବର୍ଷ ଧରି ନିଜେ ବାରୂଦ ଆଣି ଘରେ ହାତରେ ବାଣ ପ୍ରସ୍ତୁତ କରିବା ସହିତ ବ୍ୟବସାୟ କରିଆସୁଥିଲେ। ଶାରଦୀୟ ଋତୁରେ ଆଗକୁ ଦୂର୍ଗାପୂଜା ସାଙ୍ଗକୁ କାଳୀପୂଜା ପାଖେଇ ଆସୁଥିବା ବେଳେ ଏହାକୁ ଲକ୍ଷ୍ୟରେ ରଖି କାଶୀନାଥ ନିଜଘରେ ବାଣ ପ୍ରସ୍ତୁତ କରୁଥିଲେ।

ତେବେ ବୁଧବାର ପୂର୍ବାହ୍ନରେ ବାଣ ଭିଡ଼ୁଥିବା ବେଳେ ଅସାବଧାନତା ବଶତଃ କୌଣସି କାରଣରୁ ବାରୁଦରେ ନିଆଁ ଲାଗି ଉକ୍ତ ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଵା ସହିତ ଉକ୍ତ ବିସ୍ଫୋରଣରେ କାଶୀନାଥଙ୍କ ମୁହଁ, ମୁଣ୍ଡ, ଛାତି ଏବଂ ହାତରେ ଗଭୀର ଆଘାତ ଲାଗିଥିବାବେଳେ ସାରା ଶରୀରର ବିଭିନ୍ନ ସ୍ଥାନ ପୋଡିଯିବା ସହିତ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ଗୁରୁତର କାଶୀନାଥଙ୍କୁ ଉଦ୍ଧାରକରି  ବାଲେଶ୍ଵର ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଅବସ୍ଥା ଶଙ୍କଟାପନ୍ନ ହେବାରୁ ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ତେବେ ପାର୍ବଣ ଋତୁ ଆସିଲେ ଏବଂ କାଳୀପୂଜାରେ ସ୍ଥାନୀୟ ଅଞ୍ଚଳରେ ବାଣର ବହୁତ ଚାହିଦା ରହିଥ‌ିବା ବେଳେ ଏହାକୁ ଦୃଷ୍ଟିରେ ରଖି ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ସମେତ ବାମଡା, ବର୍ତ୍ତନା, ସାତପଉଟିଆ ପ୍ରଭୁତି ଗ୍ରାମରେ ବର୍ଷସାରା ଏକାଧିକ ସ୍ଥାନରେ ବେଆଇନ ବାଣତିଆରି ଚାଲିଥାଏ। କେବଳ ହାତଗଣତି କେତେଜଣ ସରକାରୀ ସ୍ୱୀକୃତି ପାଇ ବାଣତିଆରି ନେଇ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ବାଣତିଆରି କରୁଥିବା ବେଳେ ଶତାଧିକ ବାଣ ବ୍ୟବସାୟୀ ବିନା ଲାଇସେନ୍ସରେ ବର୍ଷଯାକ ବାଣ ପ୍ରସ୍ତୁତ କରି ନିଜ ଜୀବନ ସହ ସମଗ୍ର ପରିବାରର ଜୀବନ ସହିତ ଖେଳୁଛନ୍ତି। ବାରମ୍ବାର ପ୍ରଶାସନ ତାଗିଦ ସତ୍ୱେ ବି ଏମାନେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ଏହି ସବୁ ଅଞ୍ଚଳରୁ ବାଣ ଭିଡୁଥିବା ପ୍ରାୟ ସମୟରେ ବିସ୍ଫୋରଣ ଘଟି କ୍ରମଶଃ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe