firing in Raighar Photograph: (sambad.in)
ରାଇଘର: ଆଜି ରାତି ପ୍ରାୟ ୯ଟାରେ ଏକ ଡକାୟତି ଦଳ ଗୁଳି ଫୁଟାଇ ଜଣେ ସୁନା ଦୋକାନୀଙ୍କ ଘରେ ଲୂଟ ଉଦ୍ୟମ କରିଥିବା ବେଳେ ଦୋକାନୀଙ୍କ ୧୨ବର୍ଷର ପୁଅର ସାହାସିକତା ଯୋଗୁଁ ସଫଳ ହୋଇନପାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେl ଅନ୍ୟ ପଟେ ସୁନା ଦୋକାନୀ ରାମ କୁମାର ଡାକୁଆଙ୍କ ଗୋଡ଼ରେ ଗୁଳି ବାଜି ଆହତ ଅବସ୍ଥାରେ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣା ପଡ଼ିଛିl
ସୂଚନା ଅନୁଯାଇ ଆଜି ରାତି ପ୍ରାୟ ୯ଟା ସମୟରେ ରାମ କୁମାର ଡାକୁଆ ଦୋକାନ ବନ୍ଦ କରି ବିକ୍ରି ସୁନା ସବୁ ବ୍ୟାଗରେ ଘରକୁ ନେଇ ଯାଉଥିଲେ l ସେ ଘରେ ପହଂଚିବା ମାତ୍ରେ କିଛି ଦୁର୍ବୁତ୍ତ ଠେଙ୍ଗା ଓ ବନ୍ଧୁକ ଧରି ରାମଙ୍କୁ ଆକ୍ରମଣ କରିଥିଲେl ରାମଙ୍କ ପତ୍ନୀ ସଂଗୀତା ଘରୁ ବାହାରି ଦେଖିବା ବେଳକୁ ଦୁର୍ବୁତ୍ତମାନେ ସୁନା ବ୍ୟାଗ ଛଡ଼ାଇବାକୁ ଯାଇ ଡାକୟତି ଦଳ ରାମଙ୍କ ଗୋଡ଼ରେ ଗୁଳି ଚଳାଇବା ସହ ଠେଙ୍ଗାରେ ପିଟୁଥିଲେl ଏଥିରେ ସେମାନଙ୍କୁ ବାରଣ କରିବାକୁ ଯାଇ ସଂଗୀତା ମଧ୍ୟ ଠେଙ୍ଗା ମାଡ଼ର ଶିକାର ହୋଇଥିଲେl
ରାମ କୁମାର ଡାକୁଆ ଦୋକାନ ବନ୍ଦ କରି ବିକ୍ରି ସୁନା ସବୁ ବ୍ୟାଗରେ ଘରକୁ ନେଇ ଯାଉଥିଲେ l ସେ ଘରେ ପହଂଚିବା ମାତ୍ରେ କିଛି ଦୁର୍ବୁତ୍ତ ଠେଙ୍ଗା ଓ ବନ୍ଧୁକ ଧରି ରାମଙ୍କୁ ଆକ୍ରମଣ କରିଥିଲେl ରାମଙ୍କ ପତ୍ନୀ ସଂଗୀତା ଘରୁ ବାହାରି ଦେଖିବା ବେଳକୁ ଦୁର୍ବୁତ୍ତମାନେ ସୁନା ବ୍ୟାଗ ଛଡ଼ାଇବାକୁ ଯାଇ ଡାକୟତି ଦଳ ରାମଙ୍କ ଗୋଡ଼ରେ ଗୁଳି ଚଳାଇବା ସହ ଠେଙ୍ଗାରେ ପିଟୁଥିଲେl
୧୨ ବର୍ଷର ପୁଅ କ୍ରିଷ୍ଣା ଦୁର୍ବୃତ୍ତମାନେ ବାପାଙ୍କୁ ମାଡ଼ ହେଉଥିବା ଦେଖି ଚିତ୍କାର କରିବା ସହ ଅଗଣାରେ ପଡ଼ିଥିବା ପଥର ଗୋଟାଇ ସେମାନଙ୍କ ଉପରେ ଫୋପାଡ଼ି ଥିଲାl କ୍ରିଷ୍ଣାର ଏଭଳି ଚିତ୍କାର ଓ ପଥର ମାଡ଼ ଦେଖି ଦୁର୍ବୃତ୍ତମାନେ ବାହାରକୁ ବାହାରି ଚମ୍ପଟ ମାରିଥିଲେl ଆହତ ଅବସ୍ଥାରେ ରାମଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛିl ରାତି ମାତ୍ର ୯ଟା ସମୟରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ସ୍ଥାନୀୟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରିଛିl ଘଟଣାସ୍ଥଳରେ ପୁଲିସ ପହଂଚି କିଛି ଗୁଳି ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛିl
Crime | Nabarangpur
Follow Us