ବୋମା ଖଞ୍ଜୁଥିବା ବେଳେ ଜଣେ ଗିରଫ

ସୀମାନ୍ତରେ ନକ୍ସଲଙ୍କୁ ପୁଲିସ ଏବେ ବେକଫୁଟକୁ ଠେଲିଛି। ନକ୍ସଲ ମଧ୍ୟ ସାଧାରଣ ଲୋକଙ୍କୁ ଲଗାଇ କିପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବ ସେନେଇ ଯୋଜନା କରୁଛି। ଏଥି ପାଇଁ ଗୋଟିଏ ପରେ ଗୋଟିଏ‌ ଯୋଜନା କରୁଛି।

bomb with naxal arrested

bomb with naxal arrested Photograph: (Sambad )

ମାଲକାନଗିରି: ସୀମାନ୍ତରେ ନକ୍ସଲଙ୍କୁ ପୁଲିସ ଏବେ ବେକଫୁଟକୁ ଠେଲିଛି। ନକ୍ସଲ ମଧ୍ୟ ସାଧାରଣ ଲୋକଙ୍କୁ ଲଗାଇ କିପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବ ସେନେଇ ଯୋଜନା କରୁଛି। ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଲୋକ ୫ କିଲୋ ଓଜନର ଏକ ବୋମା ଖଞ୍ଜୁଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ସେହି ଲୋକ ଠାରୁ ଗୋଟିଏ ଟିଫିନ ବୋମା,ଗୋଟିଏ ଡିଟୋନେଟର,ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି।

ଗିରଫ ହୋଇଥିବା ବ୍ୟକ୍ତି ଜଣକ କୁତୁଲ ଏରିଆ କମିଟିର ମିଲିସିଆ ସଦସ୍ୟ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ମିଲିସିଆ ସଦସ୍ୟ ଜଣକ ହେଲେ ସମାରୁ ସଲାମ। କୋହକମେଟ ଓ କୁନ୍ଦାଲ ରାସ୍ତାରେ ଏହି ମଲିସିଆ ବୋମା ଖଞ୍ଜୁଥିଲା। ଯବାନ ସମାରୁକୁ କାବୁ କରି ପୁଲିସର ଜିମାରେ ଦେଇଛନ୍ତି।

ସମାରୁ ନକ୍ସଲଙ୍କ ପାଇଁ ପୋଷ୍ଟର ମାରିବା,ବୋମା ଖଞ୍ଜିବା,ବ୍ୟାନର ମାରିବା,ଲୋକଙ୍କୁ ପ୍ରଜାକୋର୍ଟରେ ହାଜର କରାଇବା ଭଳି କାମ କରୁଥିଲା। ତେବେ ଏକ ବଡ ଧରଣର ଅଘଟଣକୁ ଯବାନ ଏଡାଇ ପାରିଛନ୍ତି। ଗିରଫ ମିଲିସିଆକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe