ସୁରକ୍ଷା ବାହିନୀର ଗୁଳିଚୋଟରେ ଜଣେ ମାଓବାଦୀ ନିପାତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବନିମୟ ଘଟିଛି। ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଗୁଳିବନିମୟରେ ଜଣେ ମାଓବାଦୀ ନିପାତ ହୋଇଛି।

Mkg Encounter ,1 naxal dead

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବନିମୟ ଘଟିଛି। ଏହି ଗୁଳିବନିମୟରେ ଜଣେ ମାଓବାଦୀ ନିପାତ ହୋଇଛି। ଜିଲ୍ଲାର ପରତାପୁର ଅଂଚଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ପରତାପୁର ଅଂଚଳରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ଦୀର୍ଘ ସମୟ ଧରି ଗୁଳିବିନମୟ ଘଟିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲ ପୋଷାକଧାରୀଙ୍କ ଶବକୁ ଜବତ କରିଛି। ମୃତ ନକ୍ସଲକୁ ଚିହ୍ନଟ କରାଯାଇପାରି ନାହିଁ। ବିଶେଷ ସୂତ୍ରରୁ ଖବର ପାଇ କାଂକେର ଜିଲ୍ଲା ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଗୋଟିଏ ୩୦୩ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜଂଗଲରେ ଯବାନ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରିଛନ୍ତି।

Malkangiri | maoists 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe