ଗୋଟିଏ ସ୍ଥାନରେ ୨ଟି ବଡ଼ ଦୁର୍ଘଟଣା: ବୋଲେରୋ ଧକ୍କାରେ ୪ ଜଣ ଆହତ

ସଦର ଥାନା ଅଧୀନ ଖଣ୍ଡହତା ଛକ ନିକଟରେ ଶନିବାର ଦିନ ପୁଣି ଏକ ଦୁର୍ଘଟଣା ଘଟିଛି। ମହୀଧରପୁର ପାର୍ଶ୍ବରୁ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ବୋଲେରୋ ଭାରସାମ୍ୟ ହରାଇ ଏକ ବାଇକ୍‌ ଗ୍ୟାରେଜ୍‌ରେ ପଶି ଯାଇଛି।

Angul

ଅନୁଗୁଳ: ସଦର ଥାନା ଅଧୀନ ଖଣ୍ଡହତା ଛକ ନିକଟରେ ଶନିବାର ଦିନ ପୁଣି ଏକ ଦୁର୍ଘଟଣା ଘଟିଛି। ମହୀଧରପୁର ପାର୍ଶ୍ବରୁ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ବୋଲେରୋ ଭାରସାମ୍ୟ ହରାଇ ଏକ ବାଇକ୍‌ ଗ୍ୟାରେଜ୍‌ରେ ପଶି ଯାଇଥିଲା, ଯାହା ଫଳରେ ୫ରୁ ଅଧିକ ବାଇକ୍‌ ଚୁରମାର ହୋଇଯାଇଥିବା ସହିତ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କର ପରିଚୟ ଜଣାପଡ଼ି ନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଛି। 

 
ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା ଘଟିଲା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଅନୁଗୁଳ-ମହୀଧରପୁର ରାସ୍ତାରେ ସନ୍ଧ୍ୟା ସମୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାସୁଝା କରୁଛି। 

ସୂଚନାଯୋଗ୍ୟ, କିଛି ଘଣ୍ଟା ପୂର୍ବରୁ ଖଣ୍ଡହତା ଛକ ନିକଟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିଲା। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କରନ୍ଦା ଗାଁର ବଂଶୀଧର, କମଳା, ସୁନୀତା ଓ ନାବାଳକ ଆଜି କୌଣସି କାମରେ ଅନୁଗୁଳକୁ ଏକ ଅଟୋରେ ଆସିଥିଲେ। କାମ ସାରି ଆଜି ଅପରାହ୍‌ଣରେ ଘରକୁ ଫେରୁଥିଲେ। ଦିନ ପ୍ରାୟ ଅଢ଼େଇଟାରେ ସଦର ଥାନା ଖଣ୍ଡହତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା। ଅଟୋ ଆରୋହୀମାନଙ୍କୁ କାର୍‌ ଧକ୍କା ଦେଲା ପରେ ଉଭୟ ଗାଡ଼ି ପାଣିକୁ ଖସି ପଡ଼ିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମଣ୍ଟୁ ମୁଦୁଲି, ବଂଶୀଧର ସେଠୀ ଓ କମଳା ସେଠୀ ମୃତ ଘୋଷଣା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସୁନୀତା ସେଠୀ ଓ ୧୨ ବର୍ଷର ନାବାଳକଙ୍କ ଚିକିତ୍ସା ଜାରି ରହିଛି। କାର ଚାଳକ ଫେରାର ଅଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

 angul 

ରିପୋର୍ଟ: ପ୍ରଭାତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe