ସନ୍ତୋଷ ପରିଡ଼ା ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତ ହାଓଡ଼ାରୁ ଗିରଫ

Advertisment

ଗୋରୁ ମାଫିଆଙ୍କ ଆକ୍ରମଣରେ ତିହିଡ଼ି ଥାନା କଷଟି ଗ୍ରାମର ସନ୍ତୋଷ ପରିଡ଼ାଙ୍କର ହତ୍ୟା ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସାଇଫୁର ରହେମାନକୁ ପୁଲିସ ହାଓଡ଼ାରୁ ଗିରଫ କରିଛି।

ଗୋରୁ ମାଫିଆଙ୍କ ଆକ୍ରମଣରେ ତିହିଡ଼ି ଥାନା କଷଟି ଗ୍ରାମର ସନ୍ତୋଷ ପରିଡ଼ାଙ୍କର ହତ୍ୟା ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସାଇଫୁର ରହେମାନକୁ ପୁଲିସ ହାଓଡ଼ାରୁ ଗିରଫ କରିଛି।

Arrest-2

ଭଦ୍ରକ/ତିହିଡି: ଗୋରୁ ମାଫିଆଙ୍କ ଆକ୍ରମଣରେ ତିହିଡ଼ି ଥାନା କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୬)ଙ୍କର ହତ୍ୟା ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସାଇଫୁର ରହେମାନକୁ ପୁଲିସ ହାଓଡ଼ାରୁ ଗିରଫ କରିଛି।

ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ଆଜି ସାଇପୁରକୁ କୋଲକାତାରୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ଭଦ୍ରକ ଅଣାଯାଇଛି। ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ଏବେ ସୁଦ୍ଧା ମୋଟ ୧୩ ଜଣଙ୍କୁ ପୁଲିସ ଗିରଫ କରିଛି। ଘଟଣାରେ ଅନ୍ୟ ଯେଉଁମାନଙ୍କର ସଂପୃକ୍ତି ରହିଛି ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି। ଏହି ହତ୍ୟାକାଣ୍ଡ ଘଟଣାରେ ଯିଏ ବି ସଂପୃକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ଭଦ୍ରକ ଏସପି ଶ୍ରୀ ରାଉତ ପ୍ରକାଶ କରୁଛନ୍ତି।

କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣରେ ସନ୍ତୋଷ ପରିଡ଼ାଙ୍କର ଗତ ୧୧ ତାରିଖ ଦିନ ମୃତ୍ଯୁ ଘଟିବା ପରେ ଜୁନ ୧୨ ତାରିଖ ଦିନ ଭୁବନେଶ୍ଵରରୁ ତାଙ୍କର ଶବ ଭଦ୍ରକ ଆସିଥିଲା। ସେଦିନ ଅପରାହ୍ନ ୫ ଟାରେ ଶବ ଭଦ୍ରକରେ ପହଞ୍ଚିବା ପରେ ତାଙ୍କର ଶବ ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିୟମ୍ ଛକରେ ରଖି ହଜାର ହଜାର ଲୋକ ରାସ୍ତାରୋକ କରିଥିଲେ।

ମୃତ ସନ୍ତୋଷର ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିବା ସହ ତାଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାପାଇଁ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକ ଓ ଗ୍ରାମବାସୀମାନେ ତାଙ୍କର ମୃତ୍ଯୁରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ। ହଜାର ହଜାର ଲୋକ ରାସ୍ତାରେ ଟାୟାର ଜାଲି ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ଭଦ୍ରକ ସହରରେ, ତିହିଡି ଓ ଧାମନଗର ୩୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। 

Crime | Bhadrak 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe