ବାଂଲାଦେଶୀ ନାବାଳିକା ଘଟଣା: ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ

Advertisment

ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି ତଥ୍ୟ ମିଳିଛି।

ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି ତଥ୍ୟ ମିଳିଛି।

hji

କଟକ: ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି ତଥ୍ୟ ମିଳିଛି। ଭୁବନେଶ୍ୱର, ପଶ୍ଚିମବଙ୍ଗ ଓ କଟକକୁ ମିଶାଇ ନାବାଳିକା ଏକାଧିକ ଲୋକଙ୍କ ନାଁ କହିଛି। ଏମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ  ଜାରି ରହିଛି। ନାବାଳିକା ପରିବାର ଠାରୁ ନାବାଳିକା ସମ୍ପର୍କରେ କିଛି ତଥ୍ୟ ମାଗିଛି ପୁଲିସ।  ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଅବଦୁଲ ସୟଦ ସୁଲେମାନର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି ତଥ୍ୟ ମିଳିଛି। ଭୁବନେଶ୍ୱର, ପଶ୍ଚିମବଙ୍ଗ ଓ କଟକକୁ ମିଶାଇ ନାବାଳିକା ଏକାଧିକ ଲୋକଙ୍କ ନାଁ କହିଛି। ଏମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ  ଜାରି ରହିଛି।
 
ସୂଚନାଯୋଗ୍ୟ, କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଏହାକୁ ନେଇ କଟକ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା। ପୁଲିସ ବିଏନ୍ଏସ୍ର ଧାରା ୧୪୩ (୪), ୧୪୪(୧), ୩(୫),୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରିଛି। 

ସୂଚନା ଅନୁଯାୟୀ, ଏହି ନାବାଳିକାଙ୍କୁ ଭାରତରେ ଚାକିରି ଦେବାର ଲୋଭ ଦେଖାଇ ଦୁଇ ଜଣ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ। ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର୍ କରାଇଥିଲେ। କଲିକତାରେ ପହଞ୍ଚିବା ପରେ ସେଠାରେ ଆଉ ଦୁଇ ଜଣ ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ନିୟୋଜିତ କରିଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣିଥିଲା। ଭୁବନେଶ୍ବରରେ ମଧ୍ୟ ଦେହ ବ୍ୟବସାୟରେ ତାଙ୍କୁ ନିୟୋଜିତ କରିଥିଲା। ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଗ୍ରାହକମାନେ ଦଲାଲଙ୍କୁ ପ୍ରତି ଥର ଦେଢ଼ରୁ ୨ ହଜାର ଟଙ୍କା ଦେଉଥିଲେ। ଦିନକୁ ପାଖାପାଖି ୧୦ରୁ ୧୫ ଜଣ ଗ୍ରାହକ ଆସୁଥିଲେ। ପୀଡ଼ିତା ଏକ ପ୍ରକାର ଅସହାୟ ହୋଇପଡ଼ିଥିଲେ। ଶେଷରେ ସଦର ଥାନା ଅନ୍ତର୍ଗତ ଗୋପାଳପୁରକୁ ଦଲାଲ ଆଣିଥିବା ବେଳେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପୀଡ଼ିତା ପୁଲିସର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ। ପୁଲିସ ଗଲା ୯ ତାରିଖ ରାତିରେ ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ସିଡବ୍ଲୁସିରେ ହାଜର କରିବା ପରେ ବସୁନ୍ଧରାରେ ଥଇଥାନ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe