ପୁଣି ଏକ ଦନ୍ତାର ମୁତ୍ୟୁ: ବିଦ୍ୟୁତ୍‌ ତାର‌ ଲାଗି ଆଖିବୁଜିଲା କି ହାତୀ?

Advertisment

ସମ୍ବଲପୁର ଜିଲ୍ଲା ସଦର୍ ରେଞ୍ଜ ଅନ୍ତର୍ଗତ ଲବଡେରା ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲ ଖସୁଆପାଲି ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସମ୍ବଲପୁର ଜିଲ୍ଲା ସଦର୍ ରେଞ୍ଜ ଅନ୍ତର୍ଗତ ଲବଡେରା ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲ ଖସୁଆପାଲି ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲାରେ ଶନିବାର ସକାଳୁ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ସମ୍ବଲପୁର ଜିଲ୍ଲାରେ ସମାନ ପ୍ରକାର ଅଘଟଣ ଘଟିଛି। ସମ୍ବଲପୁର ଜିଲ୍ଲା ସଦର୍ ରେଞ୍ଜ ଅନ୍ତର୍ଗତ ଲବଡେରା ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲ ଖସୁଆପାଲି ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବନ ବିଭାଗର ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବଲପୁର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ନୂଆଁ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ସମାନ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଗତବର୍ଷ ଯୁଯୁମୁରା ରେଞ୍ଜ ଅଧୀନର ହାତୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ରେଢ଼ାଖୋଲ ବନଖଣ୍ଡ ଅଧୀନରେ ମଧ୍ୟ ହାତୀ ମୃତ୍ୟୁ ଘଟଣା ଘଟିଥିଲା। 

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ବି କରୁଆବାହାଲ ଗାଁ ନିକଟରେ ଶନିବାର ଏକ ଆହତ ଦନ୍ତାର ସାଢ଼େ ୧୦ଟା ବେଳକୁ ମୃତ୍ଯୁ ହୋଇଥିଲା। ସକାଳେ ଏକ ଆହତ ଦନ୍ତା ଠାବ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଥିଲା, ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଥିଲା। ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଗାଁଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତା ହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିଲା। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଏଫ୍ ଓ କହିଥିଲେ।

ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତାହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିଲା। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଏଫ୍ ଓ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe