More one person corona positive in Cuttack. Photograph: (sambad.in )
କଟକ: କୋଭିଡ୍-୧୯ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି। କଟକରେ ଦ୍ବିତୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣଙ୍କର ବୟସ ୭୨ ବର୍ଷ। ଥଣ୍ଡା ଓ ଜ୍ବରରେ ପୀଡ଼ିତ ବ୍ୟକ୍ତିଙ୍କୁ ନୂଆରାଉତପାଟଣା ନିବାସୀର ଆକ୍ରାନ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାର ପ୍ରଶାନ୍ତ ହୋତା କହିଛନ୍ତି, କଟକରେ ଦ୍ବିତୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ବ୍ୟକ୍ତି ଜଣଙ୍କର ବୟସ ୭୨ ବୋଲି ଜଣାପଡ଼ିଛି। ସେହିପରି ସହରର ଝୋଲାସାହିରେ ଆଜି ସକାଳୁ ଜଣେ ୪୪ ବର୍ଷୀୟ ବ୍ୟକ୍ତି କରୋନା ଚିହ୍ନଟ ହୋଇଥିଲେ। ତାଙ୍କୁ ଥଣ୍ଡା ଓ ଜ୍ବର ହେବା କାରଣରୁ କୋଭିଡ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସଂଗରୋଧରେ ରଖାଯାଇଛି। ଉଭୟ କୋଭିଡ ଆକ୍ରାନ୍ତଙ୍କର ଯାତ୍ରା ବିବରଣୀ ନାହିଁ।
-ପ୍ରଶାନ୍ତ ହୋତା, ସିଡିଏମ୍ଓ, କଟକ
ସୂଚନାଯୋଗ୍ୟ, ଦିନକୁଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟରେ ଭୁବନେଶ୍ୱରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଆଜି କଟକରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଉଛି। ଫଳରେ ରାଜ୍ୟଗୁଡ଼ିକ କୋଭିଡ୍ ପରୀକ୍ଷା ବୃଦ୍ଧି ଏବଂ ହସ୍ପିଟାଲ ବେଡ୍ ପ୍ରସ୍ତୁତି ଭଳି ପ୍ରତିରୋଧକ ପଦକ୍ଷେପ ନିଆଯାଉଛି। ଏବେ ଜାଣିବାକୁ ମିଳିଛି ଯେ ପ୍ରାଥମିକ ସ୍ତରରେ ଆକ୍ରାନ୍ତମାନେ ଜ୍ବର ଓ ଡାଇରିଆରେ ପଡୁଛନ୍ତି। ସେହିକାରଣରୁ ଏଭଳି ଲକ୍ଷଣ ଦିଶିଲେ ତୁରନ୍ତ କରୋନା ପରୀକ୍ଷା କରାଇବା ଉଚିତ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପୂର୍ବରୁ କହିଥିଲା ​​ଯେ ଦେଶରେ ବର୍ତ୍ତମାନ ପ୍ରସାରିତ ହେଉଥିବା ଭାରିଆଣ୍ଟ୍ଗୁଡ଼ିକ ମୃଦୁ ଲକ୍ଷଣ ସହିତ ଜଡିତ। ଚିହ୍ନଟ ହୋଇଥିବା ଓମିକ୍ରୋନ୍ ସବଭେରିଏଣ୍ଟ୍ ମଧ୍ୟରେ LF.7, XFG, JN.1, ଏବଂ NB.1.8.1 ଅନ୍ତର୍ଭୁକ୍ତ।
ଜ୍ୱର ବ୍ୟତୀତ ଗଳା ଯନ୍ତ୍ରଣା, କାଶ, ଥଣ୍ଡା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା ଏବଂ ଥକ୍କାପଣ ଆଦି ମଧ୍ୟ କୋଭିଡ୍-୧୯ର ଲକ୍ଷଣ ହୋଇପାରେ। ତେବେ ସ୍ୱାଦ ଏବଂ ଗନ୍ଧ ହ୍ରାସ ହେଉଛି କୋଭିଡର ଏକ ସ୍ପଷ୍ଟ ଲକ୍ଷଣ।
Cuttack
Follow Us